ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧଅଁରାଭଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ପ୍ରତିନିଧି

ଲାଞ୍ଜିଗଡ଼,୧୧/୦୨(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ନିକଟସ୍ଥ ଧଅଁରାଭଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରଦୀପ କୁମାର ଘଡ଼େଇ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଆ ଶିକ୍ଷକ ଅକ୍ଷୟ କୁମାର ରଥ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ମିଲି ଷଣ୍ଢ ହିନ୍ଦୀ ଶିକ୍ଷକ ଅରୁଣ କୁମାର ସାହୁ, ଗଣିତ ଅଧ୍ୟାପକ ରାଜଲକ୍ଷ୍ମୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ! ବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରେଶ୍ୱର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କ୍ରୁତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କ୍ରୁତ କରିଥିଲେ ! ଭବାନୀଶଙ୍କର ମିଶ୍ର, ସୋନମ ସୁହାସିନୀ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସନ୍ତୋଷ ମେହେର ଓ ଗୀତାଞ୍ଜଳି ରାଉତ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କାଶୀପୁର ବ୍ଲକ ଟିକିରିରେ ବଜରଙ୍ଗ ଦଳ ବୈଠକ, ନୂତନ ଦାୟିତ୍ୱ ଘୋଷଣା

Sunil Chandra Nayak

ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ମଧୁପୁର, ଲାଞ୍ଜିଗଡ ରୋଡ଼, ବେନଗାଁରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ଚକ୍ରୋଡା ଗ୍ରାମ ପଞ୍ଚାୟତରେ ସାଇବର ସୁରକ୍ଷା ସଚେତନତା

Sunil Chandra Nayak

Leave a Comment

error: Content is protected !!