ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ….. ଭବାନୀପାଟଣା ଠାରେ ଶ୍ରୀ ଆଶୀର୍ବାଦ ମହାରାଜଙ୍କ  ଶ୍ରୀ ଜଗନ୍ନାଥ କଥାମୃତର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ଭବାନୀପାଟଣା ଇରିଗେସନ୍ କଲୋନୀ ଛକ ଠାରେ ଥିବା ଶ୍ରୀ ଶ୍ରୀ ତ୍ରିନାଥ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଶ୍ରୀ ଶ୍ରୀ ଆଶୀର୍ବାଦ ମହାରାଜ ଜୀଙ୍କ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଇରିଗେସନ୍ କଲୋନୀସ୍ଥିତ ଦୁର୍ଗା ମଣ୍ଡପ ଠାରେ ପ୍ରତ୍ୟେହ ସଂଧ୍ୟାରୁ ରାତି ଆଠଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ କଥାମୃତ ପ୍ରବଚନ କାର୍ଯ୍ୟକ୍ରମରେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଉଥିବା ଦେଖିବାକୁ ମିଳିଛି।ଶ୍ରୀ ତ୍ରିନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଏହି ପବିତ୍ର ପ୍ରବଚନ କାର୍ଯ୍ୟକ୍ରମର ପରିଚାଳନା କରୁଥିଲା ବେଳେ ଏଠାରେ ବହୁ ମହିଳା ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଏହି ପ୍ରବଚନ କାର୍ଯ୍ୟକ୍ରମ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଛି।

ଗତ ୧୨ ତାରିଖରେ ଦିନର ଦଶଟା ବେଳକୁ ଏକ ନାମ ସଙ୍କୀର୍ତ୍ତନ ଓ ଭଜନ କାର୍ଯ୍ୟକ୍ରମ ସହ ମଧ୍ୟାହ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କର୍ଲାମୁଣ୍ଡା: ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ମଧୁ ମାଧବ ତୀର୍ଥ କ୍ଷେତ୍ରରେ ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ଜଗଦାନନ୍ଦ ମହାରାଜଙ୍କ ଦିବ୍ୟବାଣୀ

Sunil Chandra Nayak

ହିଞ୍ଜିଳିକାଟୁରେ ପବିତ୍ର ସାବିତ୍ରୀ ବ୍ରତ ପାଳିତ 

Leave a Comment

error: Content is protected !!