ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରାନଗଲେ ଆନ୍ଦୋଳନ

ନବରଙ୍ଗପୁର—(ମସିହା) ଓଡ଼ିଶା ସରକାର ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯିବାକୁ ନେଇ ବିଜେପି ନେତା ଶ୍ରୀ ଗୌରୀ ଶଙ୍କର ମାଝୀ ସ୍ୱାଗତ କରିଛନ୍ତି। ଅନ୍ୟପଟେ ଜିଲ୍ଲାର ଏକ ମାତ୍ର ୫୨ ବର୍ଷର ବହୁ ପୁରାତନ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ଜଣାଇଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀ ଏକ ପ୍ରେସ ବାର୍ତା ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ କଡ଼ା ଚେତାବନୀ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଏକ ଅନୁନ୍ନତ ଓ ଅବହେଳିତ ପଛୁଆ ଏବଂ ଦାରିଦ୍ର୍ୟରେ ଓଡିଶାର ଏକ ନମ୍ବର ରହି ଚର୍ଚ୍ଚାରେ ରହିଛି ନବରଙ୍ଗପୁର। ଏପରି ପରିସ୍ଥିତିରେ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଗଣିତ ହେଉଛି। ଶିକ୍ଷା କ୍ଷେତ୍ରରେ ସେପରି ଆଖି ଦୃଷିଆ ସଫଳତା ହାସଲ କରି ନ ଥିଲା ବେଳେ ଶିକ୍ଷିତ ପ୍ରତିଶତରେ ମଧ୍ଯ କମ। ଜିଲ୍ଲାରେ ଗୋଟାଏ ସଦ୍ୟ ନୂତନ ଡିଗ୍ରୀ କଲେଜ ସରକାର ପକ୍ଷରୁ ସ୍ଥାପନା ହେଇଥିଲେ ମଧ୍ୟ ଜିଲ୍ଲାର ବହୁ ପୁରାତନ ନବରଙ୍ଗପୁର ମହାବିଦ୍ୟାୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପୁର୍ବରୁ ରାଜ୍ୟ ସରକାର ଘୋଷଣା କରି ଜିଲ୍ଲା ବାସୀଙ୍କୁ ଠକି ନେଇଥିବା ଅଭିଯୋଗ କରିଛନ୍ତି ଶ୍ରୀ ଗୌରୀ ଶଙ୍କର ମାଝୀ। ନିକଟରେ ଜୟପୁର ଓ କେନ୍ଦୁଝର ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ଉଲ୍ଲେଖ କରିବା ସହ ନବରଙ୍ଗପୁର ଜିଲ୍ଲାବାସୀଙ୍କ ନ୍ୟାର୍ଯ୍ୟ ଦାବି ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ମଧ୍ଯ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ଅଟେ। ଜିଲ୍ଲା ଏକ ଦାରିଦ୍ର୍ୟତମ ଜିଲ୍ଲା ଭାବେ ପରିଗଣିତ ହୋଇଥିବା ବେଳେ ବେସରକାରୀ ମହାବିଦ୍ୟାଳୟ ରେ ମୋଟା ଅଙ୍କର ଅର୍ଥ ରାଶି ଦେଈ ନ ପାରି ପଢ଼ା କୁ ଅଧାରେ ଡୋରି ବାନ୍ଧୁଛନ୍ତି ହଜାର ହଜାର ଆଦିବାସୀ ଛାତ୍ର ଛାତ୍ରୀ । ଜିଲ୍ଲାରେ ଶିକ୍ଷା ଅପେକ୍ଷା ସରକାରୀ ସ୍ତରରେ ମଦ ଦୋକାନ ଖୋଲିବାକୁ ପ୍ରାଥମିକତା ଦିଆଯାଉଛି ଯାହା କି ଅତି ଦୁଃଖର ବିଷୟ। ନବରଙ୍ଗପୁର ମହାବିଦ୍ୟାଳୟକୁ ଯଦି ଅତି ଶୀଘ୍ର ସରକାରୀ ମାନ୍ୟତା ପ୍ରଦାନ କରା ନ ଯାଏ ତେବେ ଜିଲ୍ଲା ବିଜେପି ପକ୍ଷରୁ ଜନ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଉଛନ୍ତି ଶ୍ରୀ ମାଝୀ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ 

masiha

ବିଜୁ ପଟ୍ଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

masiha

ନୂଆପଡା ଜିଲ୍ଲା କୁ ମାରାଥନ ନିର୍ବାଚନ ପ୍ରଚାରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗସ୍ତ ସୁନାବେଡ଼ା ଅଭୟାରଣ୍ୟ ରେ ଆଦିବାସୀ ଙ୍କ ସମାବେଶ, ନୂଆପଡ଼ା ରେ ରାତ୍ରିଯାପନ 

Sunil Chandra Nayak

Leave a Comment

error: Content is protected !!