ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ସାଂଗଠନିକ ଉପ ସଭାପତି ହେଲେ ଯୁବ ନେତା ଅଜିତ ପୁରୋହିତ 

ଜିଲ୍ଲା ସାଂଗଠନିକ ଉପ ସଭାପତି ହେଲେ ଯୁବ ନେତା ଅଜିତ ପୁରୋହିତ 

ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ର ନବକଳେବର ଇତି ମଧ୍ଯରେ ହୋଇ ସାରିଛି । ଜିଲ୍ଲା ସଭାପତି ଭାବ ରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଅନୀଲ ମେହେର ନିଯୁକ୍ତ ହେବା ପରେ ଯୁବ ନେତୃତ୍ବ ଙ୍କୁ ସ୍ଵତନ୍ତ୍ର ଦାୟିତ୍ବ ଦେଇ ଜିଲ୍ଲା ରେ ସଂଗଠନ କୁ ମଜବୁତ କରିବାରେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀ ରେ ଆଜି ଜିଲ୍ଲା ଉପ ସଭାପତି ଥିବା ଯୁବନେତା ଇଂ ଅଜିତ ପୁରୋହିତ ଙ୍କୁ ଜିଲ୍ଲା ର ସାଙ୍ଗଠନିକ ଦାୟିତ୍ବ ଦେଇଛନ୍ତି । ଶ୍ରୀ ପୁରୋହିତ ପୁର୍ବ ରୁ ଏଆଇସିସି ଏବଂ ପିସିସି ଦ୍ବାରା ଦିଆଯାଇଥିବା ସମସ୍ତ ଦାୟିତ୍ବ ସୁଚାରୁ ରୂପେ ତୁଲାଇଥିବା ବେଳେ ଜିଲ୍ଲା ରେ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଗୁଡିକ ମଧ୍ଯ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶ ରେ ଦାୟିତ୍ବ ନିର୍ବାହ କରିଥିଲେ । ଏହି ନିଯୁକ୍ତ ପରେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ରେ ଯୁବକ ମାନଙ୍କ ଯୋଗଦାନ କୁ ଗୁରୁତ୍ବ ଦେବା ସହ ସମସ୍ତ ଛାମୁଆ ସଂଗଠନ କୁ ସୁଦୃଢ କରିଯିବା ସହ ବିରୋଧ ଦଳ ର ଭୂମିକା କୁ ଶତ ପ୍ରତିଶତ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି । ତାଙ୍କ ଉପରେ ଭରଷା ରଖି ନିଯୁକ୍ତି ଦେଇ ଥିବାରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଅନୀଲ ମେହେର, ପିସିସି ଉପସଭାପତି ତଥା ସାଙ୍ଗଠନିକ ଇନଚାର୍ଜ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Related posts

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ ଉପସଭାପତିଙ୍କ ଇସ୍ତଫା 

masiha

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

masiha

ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ ଏହି ଐତିହାସିକ ବିଜୟ ଜନସେବା ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

Leave a Comment

error: Content is protected !!