ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନିଷ୍ଟ ଶିକ୍ଷକ ମାନେ ନିଜ ଦାବି ହାସଲ ପାଇଁ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ

ବନ୍ଧୁଗାଁ:୧୪/୨/୨୩ ବନ୍ଧୁଗାଁ ବ୍ଳକ୍ର ସମସ୍ତ ୩୬ ଜଣ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଚିଠି ଲେଖିଛନ୍ତି । ସୂଚନା କ୍ରମେ ବନ୍ଧୁଗାଁ ବ୍ଳକ୍ ରେ ଶିକ୍ଷା ଅଧିକାରୀ ବିଭିଗ ଅଧିନରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ଗତ ୧୫/୨/୨୦୨୨ ମୁଖ୍ୟମନ୍ତ୍ରୀ ଚୁକ୍ତି ଭିତ୍ତିକ ଯୁଗ ଶେଷ ହୋଇଥିବା ଘୋଷଣା କରିଥିଲେ ସୁଦ୍ଧା ୪ ମାସ ପୂରିବାକୁ ବସିଲାଣି । ସରକାର ୨୦୧୬ ମସିହାରେ ଯେଉଁ କନିଷ୍ଠ ଶିକ୍ଷକ ନିଯୁକ୍ତି ବାହାର କରିଥିଲେ ସେଥିରେ ଉଲ୍ଲେଖ ରହିଛି କି କନିଷ୍ଠ ଶିକ୍ଷକ ପଦବୀ ଆଧାରରେ ନିଯୁକ୍ତି କରାଯାଇଛି କିନ୍ତୁ ଆମେ ଚୁକ୍ତି ଭିତ୍ତିକ ପ୍ରଥାରେ ବାଦ୍ ପଡ଼ିଲୁ। ଯେଉଁଠି ୫୭୦୦୦ କର୍ମଚାରୀ ଚୁକ୍ତି ଭିତ୍ତିକ ପ୍ରଥାରେ ଉଛେଦ ହୋଇ ପାରିଲା । କିନ୍ତୁ ଉକ୍ତ ବ୍ୟବସ୍ଥା ରୁ ଆମେ କନିଷ୍ଠ ଶିକ୍ଷକ ବଞ୍ଚିତ ହେଲୁ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ କହିଛନ୍ତି। ଏଥିରେ ବିଦେଶୀ ବିଶୋଇ, ନାରାୟଣ ଡାକୁଆ,ସୈଦାମିନି ପୁହାଣ,କାବେରୀ ଜେନା,ଶ୍ରୀନିବାସ ରେଡି,ବି ରାଜେଶ, ସୈାଭାଗ୍ୟ ବିଶାଳ,ମୋତିଲାଲ ଭୋଇ, ରୁଜୁ ପାକିରୁ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି କି କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦୁଃଖ କୁ ହୃଦୟଗଂମ କରି ଚୁକ୍ତି ଭିତ୍ତିକ ପ୍ରଥା କନିଷ୍ଠ ଶିକ୍ଷକ ପ୍ରତି ଉଛେଦ କରିବା ନିମନ୍ତେ ହସ୍ତକ୍ଷେପ କରି ଘୋଷଣା କରନ୍ତୁ ବୋଲି ଗୁହାରି କରିଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବିଭିନ୍ନ ବିଭାଗର ମିଳିତ ଉଦ୍ୟମ ଓ ସହଯୋଗ ହିଁ ବାଲ୍ୟ ବିବାହ ରୋକିବା ପାଇଁ ସହାୟକ ହେବ : ଅତିରିକ୍ତ ଜିଲ୍ଲାପାଳ 

Sunil Chandra Nayak

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

masiha

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ 

masiha

Leave a Comment

error: Content is protected !!