ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କୁଜଙ୍ଗ ବ୍ଲକର ପଙ୍କପାଳ ଠାରେ ବିକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

କୁଜଙ୍ଗ:-14/02/23:- ବର୍ତମାନର ଯୁବପିଢ଼ିଙ୍କର କ୍ରୀଡା ପ୍ରତି ଆଗ୍ରହୀ ଥିବାବେଳେ କେତେଗୁଡିଏ ଅନୁଷ୍ଠାନ କ୍ରୀଡା ଓ କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ନିଶ୍ଚୟ ପ୍ରଶଂସାର ବିଷୟ ! ନିକଟରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ଥ ପଙ୍କପାଳ ପଞ୍ଚାୟତ ନିକଟସ୍ଥ ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି କ୍ରିକେଟ ଟୁର୍ନାମେଣ୍ଟ !  ଯାହାକୁ ଆୟୋଜନ କରିଛନ୍ତି ପି.ସି. ସି. ଗ୍ରୁପ !ଏବଂ ସହାଯ୍ୟକାରୀ ଭାବେ ଟାଟା ମୋଟର୍ସ ରହିଛନ୍ତି ! ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥିଭାବେ ବ୍ୟାସ ଫାଉଣ୍ଡେସନ ର ଚେୟାରମ୍ୟାନ ସ୍ନେହମୟୀ ଆଚାର୍ଯ୍ୟ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ! ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ, ଲୁକାୟିତ କ୍ରୀଡା ପ୍ରତିଭା ମାନଙ୍କ ପାଇଁ ସରକାର ସହାୟତାର ହାତ ବଢାଇବା ନିହାତି ଦରକାର ବୋଲି ଶ୍ରୀମତୀ ଆଚାର୍ଯ୍ୟ ମତ ରଖିଥିଲେ ! ଏବଂ ସମସ୍ତ ଖେଳାଳି ମାନଙ୍କୁ ହାର ଜିତ ର ଫରକ ନଦେଖି ଖେଳ ପ୍ରତି ମନଯୋଗୀ ହେବାର ପ୍ରୟାସ ଜାରି ରଖିବା ଉଚିତ ବୋଲି କହି ଉତ୍ସାହିତ କରିଥିଲେ ! ଶହଶହ ଦର୍ଶକଙ୍କ କରତାଳିରେ ପ୍ରତିଯୋଗୀ ମାନେ ବହୁତ ଉତ୍ସାହର ସହିତ ଖେଳିଥିବାର ଦେଖିବାକୁ ମିଳିଥିଲା !

କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଉତ୍କଳ ଆଲୁମିନା ପକ୍ଷରୁ ଷ୍ଟେକ ହୋଲ୍ଟର ବନ୍ଧୁତ୍ବପର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ୨୦୨୫ ଆୟୋଜିତ  ଶିର୍ଷ ମ୍ୟାଚରେ କଳାହାଣ୍ଡି ଚମ୍ପିୟାନ, ରାୟଗଡ଼ା ରନର୍ଷଅପ୍ 

masiha

ସ୍ୱୟଂ ଶାସିତ ଖଡ଼ିଆଳ ମହାବିଦ୍ୟାଳୟ ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆୟୋଜିତ କ୍ରୀଡା ମହୋତ୍ସବ ଉଦଯାପିତ

Sunil Chandra Nayak

ପାତର ବୁଢା ନକ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Leave a Comment

error: Content is protected !!