ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ୭ମ ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘କଳାଞ୍ଜଳୀ -୨୦୨୩’ ମହାସମାରୋହରେ ପାଳିତ 

ରୁପ୍ରା, ୧୫/୨ (.ମନିସ) : ନର୍ଲାବ୍ଲକ୍ ଅଧିନ ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲା ଠାରେ ଆଜି ବିଦ୍ୟାଳୟର ୭ମ ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘କଳାଞ୍ଜଳୀ – ୨୦୨୩’ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜୟନ୍ତ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂହ ଯୋଗଦାନ କରି ମଞ୍ଚରେ ଗଣେଷ ମହାପ୍ରଭୁଙ୍କ ଫଟୋରେ ପୂଜାର୍ଚ୍ଚନା କରିବା ସହ ପ୍ରତିଷ୍ଠା ଦିବସର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ଶ୍ରୀ ଉମେଶ ଶତପଥୀ, ସମ୍ମାନିତ ଅତିଥିଭାବେ ନର୍ଲା ବିଡିଓ ଶ୍ରୀମତୀ ବାସନ୍ତୀ ସେଠୀ, ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ତପିମଣି ଜାନୀ, ନର୍ଲା ଥାନାଧିକାରୀ ଶ୍ରୀ ଗଙ୍ଗାଧର ମେହେର, ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସନ୍ତୋଷ ପାଣ୍ଡେ ଓ କଣ୍ଠଶିଳ୍ପୀ ଶ୍ରୀ ସର୍ବେଶ୍ବର ଭୋଇ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜୟନ୍ତ କୁମାର ଖମାରୀ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୂର୍ବ ଅଧ୍ୟକ୍ଷ ଶ୍ରୀ ଅନନ୍ତ କୁମାର ପଟେଲ ତଥା ପୂର୍ବ ଶିକ୍ଷକ ଝସକେତନ ବଗର୍ତ୍ତି ଓ ତୋଫାନ ସାହୁଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚ ପରିଚାଳନା ବିଦ୍ୟାଳୟର ଶିକ୍ଷକ ଶ୍ରୀ ଟେକଧର ନାଗ ଓ ଶିକ୍ଷୟିତ୍ରୀ ଅନୀତା ରଥ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ /ଶିକ୍ଷୟିତ୍ରୀ ବିଶ୍ୱଜିତ ମହାନ୍ତି, ବିଜୟ କୁମାର ମେହେର, ଆଶିଷ କୁମାର ଦାସ, ହେମନ୍ତ ଭୋଇ, ମୋନାଲିସା ଚନ୍ଦନ, ରାଜକିଶୋର ରଣା, ତରୁଣ ପାଣ୍ଡେ, ମୁକ୍ତାଶ୍ରୀ ମାଝୀ, ଝସକେତନ ସା, ହେନା କ୍ୟୁରେସୀ, ଶୁଭ୍ରାଂଶୁ ଶେଖର ବେହେରା, ପ୍ରିୟବ୍ରତ ପ୍ରଧାନ, ପ୍ରତ୍ୟୁଶ ମୁଣ୍ଡ ଓ ସୁଭାଶିନୀ ବିଶ୍ୱାଳ ଓ କର୍ମଚାରୀ ଦୁର୍ଯ୍ୟୋଧନ ଗୌଡ, ପବିତ୍ର ସାହୁ ଓ ପୁରୁସ୍ତମ ହରିଜନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଛାତ୍ରୀ ଅନ୍ୱେଷା, ଝାନ୍ସୀ, ତୃପ୍ତି, ଶିବାନୀ, ମାମାଲି ଓ ଦିପ୍ତି ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଅଭିଭାବକ ଉପସ୍ଥିତ ଥିଲେ। ଧନ୍ୟବାଦ ଅର୍ପଣ ଶିକ୍ଷକ ଆଶିଷ କୁମାର ଦାଶ ପ୍ରଦାନ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

RAYAGADA BAR ASSOCIATION ELECTS NEW OFFICE BEARERS

masiha

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

masiha

ଗୋଲାମୁଣ୍ଡା : ପିକଅପ ଦୁର୍ଘଟଣା…. ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

masiha

Leave a Comment

error: Content is protected !!