ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣଠାରେ ଅମର ଯୁକ୍ତ ତିନି ମହାବିଦ୍ୟାଳୟର ମିଳିତ ସହଯୋଗରେ ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ପଦଯାତ୍ରା, ପଞ୍ଚ ପ୍ରାଣ ଶପଥ ଗ୍ରହଣ, ମାଟି ସଂଗ୍ରହ, ମାଟି କୋ ନମନ ବିରୋ କା ବନ୍ଦନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟି ଜାତୀୟ ଯୁବ ସ୍ଵେଚ୍ଛାସେବୀ ଶ୍ରୀ ସନତ କୁମାର ସାହୁଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସୁବୋଧ କୁମାର ଶତପଥି (ଅଧକ୍ଷ, ହରଗୌରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ କୁଶୁର୍ଲା) ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଗଗନ ବିହାରୀ ମହାପାତ୍ର (ଇଂରାଜୀ ଅଧ୍ୟାପକ) ଶ୍ରୀଯୁକ୍ତ ଲମ୍ବୋଦର ସାହୁକାର (ଇତିହାସ ଅଧ୍ୟାପକ) ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ମିଶ୍ର (କର୍ଲାମୁଣ୍ଡା ବିଜେପି ସଭାପତି) ଶ୍ରୀମତୀ ବନିତା ସାହୁ (ୱାର୍ଡ ମେମ୍ବର ଯୋରାଡବରା ଗ୍ରା.ପ) ଶ୍ରୀଯୁକ୍ତ କୈଳାଶ ସାହୁ (କୁଶୁର୍ଲା ହଜାରୀପଡା ଗାଁ ଗୌନ୍ତିଆ), କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଗଣ ଶ୍ରୀ ବୀରେନ୍ଦ୍ର ସାହୁ, ଧ୍ରୁବଚରଣ ସାହୁ, ଚୂଡ଼ାମଣି ସାହୁ, ଶ୍ରୀ ରାଜେନ୍ଦ୍ର ଗହୀର ଅଧ୍ୟାପକ (ଅମର ଯୁକ୍ତ ତିନି ମହାବିଦ୍ୟାଳୟ କୁସୁର୍ଲା), କର୍ଲାମୁଣ୍ଡା ଭି.ଆର.ପି ସଭାନେତ୍ରୀ ଶ୍ରୀମତୀ ଲୋଚନା ମାଝୀ, ସମାଜ ସେବୀ ରୋମାଞ୍ଚଳ ସାହୁ, ତ୍ରିଲୋଚନ ସାହୁ, ହରପ୍ରସାଦ ସାହୁ, ଭୈରବଶଙ୍କର ସାହୁ, ଡୋଲାମଣୀ ସାହୁ, ନୀଳ କଣ୍ଠେଶ୍ୱର ସାହୁ, ଡମ୍ୱରୁ ସାହୁ, ଗଣେଶ୍ୱର ସାହୁ, ତୁଷ୍ମନ୍ତ ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅମର ଯୁକ୍ତ ତିନି ମହାବିଦ୍ୟାଳୟ କୁଶୁର୍ଲା ସମସ୍ତ ଛାତ୍ରଛାତ୍ରୀ ମାନେ ତଥା କର୍ଲାମୁଣ୍ଡା ବ୍ଲକ ର ସମସ୍ତ ଭି. ଆର. ପି ଏବଂ ସି. ଆର.ପି ଯୋଗଦେଇ ସହଯୋଗ କରିଥିଲେ l ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ ଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଅଧିନସ୍ଥ କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ ‌ଦ୍ୱାରା ଜୀବିକା ପରାମର୍ଶ କର୍ମଶାଳା ଆୟୋଜିତ

Sunil Chandra Nayak

ଛେଣ୍ଡ୍ କଲୋନୀରେ ଭାରତୀୟ ସେନାର ସମ୍ମାନାର୍ଥେ ବିଜୟ ଶୋଭାଯାତ୍ରା

masiha

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

Leave a Comment

error: Content is protected !!