ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ଚାଚା ନେହେରୁ ବିଦ୍ୟାମନ୍ଧିର ର ୫୯ ତମ ବାର୍ଷିକୋତ୍ସବ

ଉତ୍କେଲା,୧୫/୦୨,: // କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଚାଚା ନେହେରୁ ବିଦ୍ୟାଳୟ ର ୫୯ ତମ ବାର୍ଷିକୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୁପେ ଅତିରିକ୍ତ,ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ବବୃବାହନ ପ୍ରଧାନ,ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି,ବିଦ୍ୟାଳୟ ର ସଭାପତି ହରିଶ୍ଚନ୍ଧ୍ର ପୁଟେଲ,ଉତ୍କେଲା ସମିତିସଭ୍ୟ ତ୍ରିନାଥ ମାଝି,ମୁଖ୍ୟ ବକ୍ତା ଭାବରେ ସିମାଞ୍ଚଳ ମିଶ୍ର ଯୋଗଦାନ କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପ୍ରଧାନ ସଭାପତିତ୍ବ କରିଥିଲେ। ବିଜ୍ଞାନ ଶିକ୍ଷକ ସୋମନାଥ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟ ତରଫରୁ ଆୟୋଜିତ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ବିଦ୍ୟାଲୟର ପୁର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ରାଧାମୋହନ ସାହୁ ଙ୍କ ପୁଅ ଭବାନିଶଙ୍କର ସାହୁ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ପାଣ୍ଠି କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ଯାହାକି ସରକାରଙ୍କ ପକ୍ଷରୁ ତାର ଦୁଇଗୁଣା ଅନୁଦାନ ବିଦ୍ୟାଳୟ କୁ ପ୍ରାପ୍ତ ହେବ ବୋଲି ସୁଚନା ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ନିହାରିକା ଗହିର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷର ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାସ୍କୃତିକ କାର୍ଯ୍ୟକ୍ରମ କୁ ଛାତ୍ରୀ ବର୍ଷା କୁମାର,ଛାତ୍ର ରୋହନ ସୁନାନି ପରିଚାଳନା କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସୋନା ମାଝୀ ହେଲେ ଉମରକୋଟ ବିଧାୟକ ପ୍ରତିନିଧି ମନୋନୀତ 

masiha

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍ – ୮୦୦୦ ଉପଭୋକ୍ତା ଉପକୃତ

Sunil Chandra Nayak

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ରେ ତିନି ଦିନିଆ କର୍ମଶାଳା

masiha

Leave a Comment

error: Content is protected !!