ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ର ବିରୋଧରେ ବିଜେଡି ର ଜୋରଦାର ବିକ୍ଷୋବ ପ୍ରଦର୍ଶନ

ନୂଆପଡା, // ନୂଆପଡା ଜିଲ୍ଲା ବିଜେଡ଼ି ସଭାପତି ମନୋଜ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଜୋରଦାର ବିକ୍ଷୋବ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାର ଖାଉଟିଙ୍କ ରାସନ ରୁ ୫ କେଜି ଚାଉଳ କାଟିଦେଇଥିବାକୁ ବିରୋଧ କରି ବିଜେଡି ଛାମୁଆ କେନ୍ଦ୍ର ସରକାର ଙ୍କୁ ଭର୍ଚ୍ଛନା କରିଥିଲେ। ସ୍ଥାନୀୟ ପୋଲିସ ପଡ଼ିଆରୁ ଏକ ରାଲି କରି ଶତାଧିକ ବିଜେଡି କର୍ମୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ବିରୋଧୀ ନାରା ବାଜି କରିଥିଲେ ଓ ଏକ ସଭା ଅନୁଷ୍ଠିତ କରିଥିଲେ। ସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିଲେ। ବିଜେଡ଼ି ଜିଲ୍ଲା ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଳାପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଳାପରିଷଦ ସଦଶ୍ୟ ଭାନୁ ମାଝୀ, ସାଧାରଣ ସମ୍ପାଦକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାର ଙ୍କ ବିରୋଧରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ସେହିପରି ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମିଖରେ ଗୁରୁବାର ବିଜେଡି ପକ୍ଷରୁ କେନ୍ଦ୍ର ସରକାର ଅର୍ଣ୍ଣ ଯୋଜନାରେ ଗରିବ ହିତାଧିକାରୀଙ୍କୁ ପାଞ୍ଚ କେଜି ଚାଉଳ ବଞ୍ଚିତ କରିବା ନେଇ କେନ୍ଦ୍ର ସରକାର ବିରୋଧରେ ତୀବ୍ର ପ୍ରତିବାଦ କରିବାର ସହିତ ଧାରଣା ଦେଇଛି । ବିଜେଡି କର୍ମୀମାନେ ମାନେ କେନ୍ଦ୍ର ସରକାର ଅର୍ଣ୍ଣ ଯୋଜନା ରେ ହିତାଧିକାରୀଙ୍କ ପାଞ୍ଚ କିଲୋ ଚଉଳରୁ ବଞ୍ଚିତ କରୁଥିବା ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ ସଭାରେ ନଗର ସଭାପତି ଦୀପକ ଖମାରୀ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତି ରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ତନୟା ଶବର, ଉପ ସଭାପତି ମନୋଜ ଦୀପ, ମହିଳା ନେତ୍ରୀ ସରସ୍ଵତୀ ବାଗ, ପୂର୍ଵତ୍ତନ ଜିଲ୍ଲା ପରିଷଦ ଅଧକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ, ଖଡ଼ିଆଳ ପୂର୍ଵତ୍ତନ ଅଧକ୍ଷା ଖୁଲଣା ବେହେରା, ସନ୍ତୋଷିନି ଶଲମା, ମମତା ମଞ୍ଜରୀ ଥପା ସମେତ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ମିଶିଲେ 

masiha

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ସ୍ମାରୋକ ପତ୍ର ପ୍ରଦାନ

Sunil Chandra Nayak

ପୋଡ଼ାପଡ଼ାରେ ବିଜେଡିର ମିଶ୍ରଣ ପର୍ବ ,ଅନ୍ୟ ଦଳରୁ ମିଶିଲେ ୧୫୦ରୁ ଉର୍ଦ୍ଧ୍ବ ପରିବାର

masiha

Leave a Comment

error: Content is protected !!