ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମ. ରାମପୁର ଉପ କାରାଗାରରୁ ଫେରାର କଏଦୀ ଗିରଫ

ନର୍ଲା୧୭/୦୨(ମନିସ)କଳାହାଣ୍ଡି ଜିଲ୍ଲା ମ. ରାମପୁର ଉପ କାରାଗାରରୁ ଗତ ୧୧ ତାରିଖ ଦିନ ସକାଳ ସମୟରେ ବିଚାରାଧୀନ କଏଦୀ ଭାବରେ ଥିବା ନର୍ଲା ବ୍ଲକ୍ ଅଧୀନ ରୁପ୍ରାରୋଡ୍ ଗ୍ରାମର ବିଶ୍ଵାମିତ୍ର ମାଝୀ କୌଶଳକ୍ରମେ ବାଡ ଡେଇଁ ଫେରାର ହୋଇଥିଲେ। ଏକ ଘରୋଇ ମାମଲାରେ ସେ ବିଚାରାଧୀନ କଏଦୀ ଭାବରେ ଥିଲେ ମଧ୍ୟ ପରିବାର ଲୋକେ ଜାମିନ ଆବେଦନ କରିନଥିବାରୁ ମ. ରାମପୁର ଜେଲରେ ରହିଥିଲେ। ତେବେ ସେ ଫେରାର ହେବାଠାରୁ ନର୍ଲା ପୋଲିସ ତରଫରୁ ଖୋଜାଖୋଜି ଜାରି ରହିଥିଲା।

ଆଜି କୌଣସି ସୂତ୍ରରୁ ଖବର ପାଇ ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେର ଓ ଏଏସ୍ଆଇ ଗଜାନନ ପଟ୍ଟନାଏକଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସକାଳୁ ଚିଆଁପଦର ଗ୍ରାମ ନିକଟସ୍ଥ ଏବିସି ଛକ ନିକଟରୁ ଫେରାର୍ କ୍ଏଦି ବିଶ୍ଵାମିତ୍ର ମାଝୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତେବେ ପୁଲିସ କର୍ମଚାରୀମାନଙ୍କୁ ଦେଖି ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ନର୍ଲା ପୁଲିସ୍ ଧରିବାରେ ସଫଳ ହୋଇପାରିଛନ୍ତି ଓ ନର୍ଲା ଥାନାକୁ ନେଇଯାଇଥିଲେ।

ଦୀପକ କୁମାର ଠାକୁର, ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଭିଜିଲାନ୍ସ ଯନ୍ତାରେ କରଂଜିଆ ତହସିଲଦାର ଚାର୍ଲ୍ସ ନାଏକ

ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଳର ସମେତ ଫେରାର ବୋଲେରୋ ଗାଡି ଜବତ

ଏକ ତରଫl ପ୍ରେମ ନେଇ ନାବାଳିକା କୁ ହତ୍ୟା ଉଦ୍ୟମ

masiha

Leave a Comment

error: Content is protected !!