ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତ

ଚନ୍ଦାହାଣ୍ଡି -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପ୍ରଜାପିତା ବ୍ରହ୍ମlକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାଖା କେନ୍ଦ୍ର ବ୍ରହ୍ମlକୁମାରୀ ଗୀତା ପାଠଶାଳା ପୂଜାରୀଗୁଡା ଠାରେ 87 ତମ ତ୍ରିମୁର୍ତ୍ତୀ ଜୟନ୍ତୀ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଝରୀଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରମାତ୍ମା ଙ୍କ ପତାକା ଉତ୍ତୋଳନ କରିଥିଲେ l ଏହାପରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ପୂଜାରୀଗୁଡା ବ୍ରହ୍ମl କୁମାରୀ ଗୀତା ପାଠଶାଳା ର ସଂଚାଳିକା ଭଉଣୀ ବ୍ର. କୁ ମମତା ମୁଖ୍ୟବକ୍ତା, ଓ ଧର୍ମାନନ୍ଦ ମାଝୀ ଅତିଥି ଭାବେ ମଞ୍ଚାସିନ ଥିଲେ l ବ୍ର.କୁ ମମତା ଭଉଣୀ ଶିବରାତ୍ରି ମହୋତ୍ସଵ ର ରହସ୍ୟ ଉପସ୍ଥାପନ ସହ ବ୍ରହ୍ମଲୋକ ନିବାସୀ କଲ୍ୟାଣକାରି ନିରାକାର ପରମାତ୍ମା ଧରାପୃଷ୍ଟରେ ଅବତରଣ କରି ରାଜ ଯୋଗ ଶିକ୍ଷା ଦ୍ୱାରା ଜୀବନ ମୁକ୍ତି ପ୍ରାପ୍ତି ପାଇଁ ଗୁଢରହସ୍ୟ ଓ ଶିକ୍ଷା ପ୍ରଦାନ କରୁଥିବା କହିଥିଲେ l କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ମୀନକେତନ ସାହୁ, ଲକ୍ଷ୍ମଣ ସାହୁ, ପ୍ରେମଚାନ୍ଦ ବିଶି, ତୀରଣ ମାଝୀ, ଖେମାନିଧି ସାହୁ, ପ୍ରମୁଖ ଉପସ୍ଥିତ ଥିବାବେଳେ, ବ୍ର କୁ ଦିଲୀପ ଭାଇ, ଅଭିରାମ ଭାଇ, ଦେବେନ୍ଦ୍ର ଭାଇ, ଦେବାନନ୍ଦ ଭାଇ, ଅଭିମନ୍ୟୁ ଭାଇ, ଧନୁ ଭାଇ, ଶିବରାମ ଭାଇ, ଝିନ ଭାଇ, ଗୁଞ୍ଚୁ ଭାଇ, ଜିତେନ୍ଦ୍ର ଭାଇ, ସହଦେଵ ଭାଇ, ସଦାନନ୍ଦ ଭାଇ, ବ୍ର.କୁ ରେଣୁକା ଭଉଣୀ, ଇନ୍ଦୁ ଭଉଣୀ, ମଇନା ଭଉଣୀ, ଯୋଗ ଦେଇଥିବା ବେଳେ ବ୍ର.କୁ ସୁରେଶ ଭାଇ ମଞ୍ଚ ପରିଚାଳନା କରିଥିଲେ l ଶେଷରେ କୁନି କୁନି ଝିଅ ମାନେ ନୃତ୍ୟ ପରିବେଷଣ କରିଥିଲେ l 

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ହରପାର୍ବତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

ଶ୍ରାବଣ  ର ପ୍ରଥମ ସୋମବାର ରେ ଚଳଚଞ୍ଚଳ ଶୈବପୀଠ : ଖାତିଗୁଡା ବୋଲ ବମ ମହାସଂଘ ଆନୁକୂଲ୍ୟରେ କପୁର ସ୍ଥିତ ଶିବ ମନ୍ଦିର ଜଳ ଅଭିଷେକ

Sunil Chandra Nayak

Leave a Comment

error: Content is protected !!