ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଜୀବନକୁ ଶୃଙ୍ଖଳିତ କରେ – ଅତଡ଼ା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ସମ୍ବୋଧିତ କଲେ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି

ରାୟଗଡ/ତା ୧୮-୨-୨୦୨୩ ରିଖ।- ଆଦିବାସୀ ଓ ହରିଜନ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ରାୟଗଡ଼ା ବ୍ଲକ ଅତଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମର ରେ ପାଳିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଜୀବନକୁ ଶୃଙ୍ଖଳିତ କରେ ବୋଲି ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନୀ ଦେଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥୀ,ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ,ସ୍କୁଲ ପରିଚାଳନା କମିଟିର ସଭ୍ୟ ମାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତି କୁମାରୀ ଜେନାଙ୍କ ଅଧ୍ୟକ୍ଷତା ରେ ପରିଚାଳିତ ଏହି ସଭାରେ ବିଦ୍ୟାଳୟ ର ଅନ୍ୟତମ ଶିକ୍ଷୟିତ୍ରୀ ସୁଶ୍ରୀ ଦେବସ୍ମିତା ରାଉତ ମଞ୍ଚ ପରିଚାଳନା କରିଥିଲେ। ଶ୍ରୀମତୀ ସୁଷମା ରାଜ,ରାଜଶ୍ରୀ ଜେନା,ଶ୍ରୀରାମ ପିଡିକାକା , ଶ୍ରୀ ସୁକ୍ରୁ ନିମାଲା, ନିର୍ମଳା ମଲିକ ଓ ଅପସରା ଶବର ଉତ୍ସବର ସଫଳତା ପାଇଁ ସହଯୋଗ କରିଥିଲେ।ଶେଷରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଉରକେଲା କଣ୍ଟ୍ରାକ୍ଟର ୱାକର୍ସ ୟୁନିୟନର ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ 

Sunil Chandra Nayak

ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦବେଗ

masiha

Leave a Comment

error: Content is protected !!