ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ

 ଡାବୁଗାଁ, ୧୮/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବ ପୀଠରେ ମହା ଶିବରାତ୍ରି ମହାଡମ୍ବରରେ ଶନିବାର ପାଳିତ ହୋଇଯାଇଛି | ଶ୍ରଦ୍ଧାଳୁ ମାନେ ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିବା ନିମନ୍ତେ ସକାଳୁ ଲମ୍ବା ଧାଡିରେ ଛିଡା ହୋଇଥିଲେ | ଏହି କେଲିଆ ଶୈବ ପୀଠକୁ ଡାବୁଗାଁ ବ୍ଲକ ସମେତ ଜିଲାର ବିଭିନ୍ନ ବ୍ଲକ ଓ ପଡୋଶୀ ଜିଲା କୋରାପୁଟ, କଳାହାଣ୍ଡି ଏବଂ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସି ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲେ | ଏଥିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ମନ୍ଦିର ପରିଚାଳନା କମିଟି ସଭାପତି ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ସମ୍ପାଦକ ଦେବରାଜ ପାତ୍ର, କୋଷାଧକ୍ଷ ଜି॰ସାଇରାଜୁ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ସୁରେନ୍ଦ୍ର କୁମାର ମିଶ୍ର, ଏମ. ସୂର୍ଯ୍ୟ ନାରାୟଣ ଶୁବୁଦ୍ଧି, ଜୟନ୍ତ କୁମାର ପାତ୍ର ଓ କମିଟି କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ | ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଉପସ୍ଥିତ ରହିବା ସମେତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ଭକ୍ତ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ | ଏଠାରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା | ଏହା ସହ ଡାବୁଗାଁ ଶିବ ମନ୍ଦିର ,ବାଘବେଡା, ଜୁନାପାଣି, ବଡଓଲମା ଓ ବିରିଶୋଲା ଶିବ ମନ୍ଦିର ରେ ମଧ୍ୟ ଶିବରାତ୍ରି ପାଳିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାମେଶ୍ଵର ପୀଠରେ ମକରମେଳା ଓ ଷୋହଳ ପ୍ରହର ନାମ ଯଜ୍ଞ

Sunil Chandra Nayak

୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି

Sunil Chandra Nayak

ଚାଲିଛି କପିଳ ମୁନିଙ୍କ ପୂର୍ଣ୍ଣାହୁତୀ ଯଜ୍ଞ ଓ ମହୋତ୍ସବ 

Sunil Chandra Nayak

Leave a Comment

error: Content is protected !!