ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିଚୟ ତରଫରୁ ଯୁବ କଳାକାର ସମାବେଶ

ରାଉରକେଲା/ ସେକ୍ଟର ୭ ମଧୁମଣ୍ଡପ ଠାରେ ‘ ପରିଚୟ ‘ ଅନୁଷ୍ଠାନ ତରଫରୁ ଏକ ଯୁବ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ପଞ୍ଚାନନ ପାତ୍ରଙ୍କ ଆବାହକତ୍ବ ଓ ନାଟ୍ଯ ନିର୍ଦ୍ଦେଶକ ଡଃ ସମର ମୁଦାଲି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଯୁବ କଳାପ୍ରତିଭା ମାନେ ଯୋଗ ଦେଇଥିଲେ । ପରିଚୟ ଅନୁଷ୍ଠାନ ତରଫରୁ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ସହିତ ବରିଷ୍ଠ ନାଟ୍ଯ ବ୍ୟକ୍ତିତ୍ବ ଯଥା ନାଟ୍ଯକାର ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର, ଅଭିନେତା ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଅଭିନେତା ନିର୍ଦ୍ଦେଶକ ବିଜୟ କୁମାର ଭୋଳ, ଅଭିନେତା ସଂଗଠକ ଅଶୋକ କୁମାର ବଳ, ଯୁବନାଟ୍ୟକାର ପ୍ରଭାକର ପାତ୍ର, ଅଭିନେତା ତଥା ନିର୍ଦ୍ଦେଶକ ମୁରଲିଧର ଦାସ, ଅଭିନେତା ଓ ସଂଗଠକ ବିଜୟ କୁମାର ପାତ୍ର, ଆଦର୍ଶ ପାଠାଗାରର ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଅଭିନେତା ରାଜେଶ ରାୟ, ପ୍ରଳୟ ଶତପଥୀ, ଅଭିନେତ୍ରୀ ବବିତା ମହାଳିକ,ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ମିଶ୍ର, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ହରିଶଙ୍କର ମିଶ୍ର, ଅଧ୍ୟାପକ ସୁଶାନ୍ତ ମହାନ୍ତି, ଅଭିନେତ୍ରୀ ତଥା ଓଡିଶୀ ନୃତ୍ୟଗୁରୁ ପୁଷ୍ପା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଯୁବ କଳାକାରଙ୍କୁ ବିସ୍ତୃତ ଧାରଣା ଦେଇଥିଲେ । ସଫଳ କଳାକାର ହେବାକୁ ହେଲେ ଶୃଙ୍ଖଳିତ ସହ ଅଧ୍ୟୟନ ଓ ନାଟକ ସହ ସଂପୃକ୍ତି ରହିବାର ଆବଶ୍ୟକତା ରହିଛି । ମଣିଷର ଜୀବନଶୈଳୀ ବଦଳାଇବାରେ ନାଟକର ଭୂମିକା ସଂପର୍କରେ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ମହାବିଦ୍ୟାଳୟରୁ ୯୨ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ଥିଲେ । ଶ୍ରେଷ୍ଠ ନାଟକ ପାଇଁ ପ୍ରଭାକର ପାତ୍ର, ଦ୍ୱିତୀୟ ଶ୍ରେଷ୍ଠ ଖଳନାୟକ ଚରିତ୍ର ପାଇଁ ଅନିଲ ବେହେରା ଓ ଅଭିନେତ୍ରୀ ଐଶ୍ବର୍ଯ୍ଯା ମହାପାତ୍ରଙ୍କୁ ଜୁରୀ ପୁରସ୍କାର ସହ ଏକକ ନୃତ୍ୟରେ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କଳାକାର ମାନଙ୍କୁ ନେଇ ପରବର୍ତ୍ତୀ ସମୟରେ ନାଟ୍ଯ ସଂପାନ, କର୍ମଶାଳା ଓ ନାଟକ ମଞ୍ଚସ୍ଥ କରିବା ନିମନ୍ତେ ପ୍ରସ୍ତାବ ପାରିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ପାତ୍ରଙ୍କ ସମେତ ସଭାପତି ଅଶୋକ କୁମାର ସେଠୀ,ଉପସଭାପତି ପଞ୍ଚାନନ ମହାପାତ୍ର, ସହ ସଂପାଦକ ସୂର୍ଯ୍ୟରଶ୍ମି ଦାଶ, ପ୍ରଜ୍ଞା ପରମିତା ପାଣିଗ୍ରାହୀ, ସଚଳାନନ୍ଦ ବରାଳ, ସ୍ମାରକ ଅନୁରାଗ, ଜନ୍ମେଜୟ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

masiha

ରୋଗୀଙ୍କ ଗହଣରେ ଜନ୍ମଦିନ ପାଳନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ବାଲିଶଙ୍କରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!