ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଓବାଦୀଙ୍କ ଦୁର୍ଗମ ଅଞ୍ଚଳ ରେ ଜନ ସଂପର୍କ ଶିବିର କଲେ କୋରାପୁଟ ଏସପି ଅଭିନାସ ସୋନକର 

କୋରାପୁଟ :- କୋରାପୁଟ ଜିଲ୍ଲା ମାଓବାଦୀଙ୍କ ଦୁର୍ଗମ ଅଞ୍ଚଳ ନାରାୟଣପାଟଣା ଥାନା ଅନ୍ତର୍ଗତ ପଡ଼ାପଦର ଠାରେ ଆଜି କୋରାପୁଟ ଏସପି ଅଭିନାସ ସୋନକର ନେତୃତ୍ୱରେ ପୋଲିସର ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଖୋଦ କୋରାପୁଟ ଏସପି ଅଭିନାସ ସୋନକର ଯୋଗ ଦେଇଥିବା ବେଳେ, ଲକ୍ଷ୍ମୀପୁର ଏସଡ଼ିପିଓ ଅଶ୍ଵିନ କୁମାର ନାୟକ, ନାରାୟଣପାଟଣା ଥାନା ଅଧିକାରୀ ରଘୁନାଥ ମାଝୀ, ଜିଲ୍ଲା ପୋଲିସ ଆର୍ନା.ଆଇ ସୁଭାଷ ଚନ୍ଦା ନାୟକ, ସମ୍ମାନିତ ଅତିଥି ଭାବେ ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗୋଲାପି ତ୍ରିନାଥ ଏବଂ ପଡ଼ାପଦର ସରପଞ୍ଚ ସାଥେ ୱ।ଡ଼ାକା ଯୋଗ ଦେଇଥିଲେ। ଏହି ଜନ ସଂପର୍କ ଶିବିର ଏଭଳି ଦୁର୍ଗମ ଅଞ୍ଚଳରେ ପ୍ରଥମ ଥର ପାଇଁ କୋରାପୁଟ ଏସପି ଅଭିନାସ ସୋନକର କରିଥିବାରୁ ଆଖପାଖ ଅଞ୍ଚଳର ପାଖାପାଖି ୧୫/୧୬ ଗୋଟି ଗ୍ରାମ ଲୋକେ ଯୋଗ ଦେଇଥିଲେ। ଏଭଳି ଲୋକଙ୍କୁ ଦେଖି କୋରାପୁଟ ଏସପି ଅଭିନାସ ସୋନକର ଖୁସି ବ୍ୟକ୍ତ କରିବା ସହ ମୁଁ କୋରାପୁଟ ଜିଲ୍ଲାକୁ ଆସିବା ପରେ  ପ୍ରଥମ ଥରପାଇଁ ଆପଣ ମାନଙ୍କ ପାଖକୁ ଆସିଅଛି। କାରଣ ଆପଣ ମାନେ ଯେଉଁ ପୋଲିସକୁ ଦେଖି ଭୟ କରୁଛନ୍ତି ତାକୁ ଦୂର କରିବା ପାଇଁ ମୁଁ ଆସିଛି। ତେଣୁ ଆଜି ଠାରୁ ଆପଣ ମାନେ ପୋଲିସ ସହିତ ଗୋଟିଏ ସାଙ୍ଗ ସାଥି ହୋଇ ରହିବେ ଆପଣଙ୍କ ସୁଖ ଦୁଃଖରେ ପୋଲିସ ଆସିବ ପୋଲିସ ସୁଖ ଦୁଃଖରେ ଆପଣ ମାନେ ଆସିବେ ବୋଲି କୋରାପୁଟ ଏସପି ଅଭିନାସ ସୋନକର ଉପସ୍ଥିତ ଲୋକମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ପୋଲିସ ତରଫରୁ ସ୍ଵାସ୍ଥ୍ୟ ଶିବିର ଏବଂ ଖେଳ କୁଦ ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଖାତା ବହି , ସ୍କୁଲ ବ୍ୟାଗ୍ ପ୍ରଦାନ କରିଥିଲେ । ସେହିପରି ବୁଢ଼ା ବୁଢ଼ୀ ମାନଙ୍କ ଲୁଗାପଟା ଓ ଖେଳାଳି ମାନଙ୍କୁ ଖେଳ ସାମଗ୍ରୀ ଏବଂ ବାଦ୍ୟ ଯନ୍ତ୍ର ଆଦି ପ୍ରଦାନ କରାଯାଇଥିଲା । କୋରାପୁଟ ପୋଲିସ ପ୍ରଶାସନ ତରଫରୁ ଶିବିରରେ ଉପସ୍ଥିତ ଲୋକମାନଙ୍କୁ ଭୋଜନ ମଧ୍ୟ ଯୋଗାଇ ଦିଆଯାଇଥିଲା।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲାରେ ନୀତି ଆୟୋଗର ଆକାଂକ୍ଷି ଜିଲ୍ଲା ଅନ୍ତର୍ଗତ ” ସମ୍ପୂର୍ଣତା ଅଭିଯାନ” ର ଶୁଭାରମ୍ଭ

masiha

ମାଙ୍କଡ ଆତଙ୍କରେ ୧୫ରୁ ଉର୍ଦ୍ଧ ଲୋକ ଆହତ ଭୟଭିତ ଅଞ୍ଚଳବାସୀ 

masiha

ରାଇରଙ୍ଗପୁରରେ ୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ହେଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ 

masiha

Leave a Comment

error: Content is protected !!