ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧରେ ଭୁବନ ର ବିଜେପି ପକ୍ଷରୁ ବ୍ଲକ ଘେରାଉ

କାମାକ୍ଷାନଗର (ମନିସ )23/2/23 ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧ ରେ ଢେଙ୍କାନାଳ ଜିଲ୍ଲା ଭୁବନର ବ୍ଲକ କାର୍ଯ୍ୟଳୟ ଘେରାଉ କରିଛି ବିଜେପି |ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ଭୁବନର ବ୍ଲକ ଘେରାଉରେ ସାମିଲ ହୋଇଥିଲେ |ତେବେ ପ୍ରତେକ ପଂଚାୟତ ରେ ଯୋଗ୍ୟ ହିତାଧିକାରୀଙ୍କୁ ଉଦେଶ୍ୟ ମୂଳକ ଭାବେ ବାଦ ଦେବା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପ୍ରତିବାଦରେ ଏହି ଘେରାଉ କରାଯାଇଥିବା କହିଛନ୍ତି ଶତ୍ରୁଘ୍ନ ଜେନା |ସେପଟେ ପୁନର୍ବାର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କ ଯୋଜନା ରେ ସାମିଲ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିବା କହିଛନ୍ତି ବିଜେପି ନେତା ରୁଦ୍ର ନାରାୟଣ ପାଣି ଓ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମାତୃ ପ୍ରସାଦ ନନ୍ଦ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଜି ଭାରତୀୟ ଜନତା ପାର୍ଟି, ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ହେଲା ସମ୍ପନ୍ନ 

Sunil Chandra Nayak

ନଟାକଟାରେ ବିଜେପିର ମୋଦୀ ମହୋତ୍ସବ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର 

masiha

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର – କୈଳାଶ ବିଜୟବର୍ଗୀୟ 

masiha

Leave a Comment

error: Content is protected !!