ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଙ୍କ ଠାରେ ସାଂସଦ ଙ୍କ ଦାବୀ 

ବଲାଙ୍ଗିର ଜ଼ିଲ୍ଲା ସଇଁତଲା ଏବଂ ବେଲପଡା ବ୍ଲକ ସୀମା ରେ ଥିବା ଐତିହ୍ୟ ସମ୍ପନ୍ନ  ସୁପ୍ରସିଦ୍ଧ ଧର୍ମ ପୀଠ ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟlବରଣ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପ୍ରଦାନ କରିବା ସହିତ ଖପ୍ରାଡୁଙ୍ଗୁରି ସ୍ଥିତ ପ୍ରାକୃତିକ ଗୁମ୍ଫା, ପାହାଡ଼ ଉପରେ ଥିବା ସୁରମ୍ୟ ଜଳାଶୟ, ପାହାଡ଼ ରେ ଥିବା ବିରଳ ପ୍ରଜାତିର ପଶୁ, ପକ୍ଷୀ, ବନ୍ୟପ୍ରାଣୀ, ବୃକ୍ଷଳତା ଏବଂ ସରୀସୃପ ମାନଙ୍କ ସୁରକ୍ଷା, ସଂରକ୍ଷଣ କରିବାକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବୀ କରିଛନ୍ତି l ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ଖପ୍ରାଡୁଙ୍ଗୁରି ଅବସ୍ଥିତ l ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଉକ୍ତ ପୀଠ କୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ,ସାଧୁ ସନ୍ଥ,ଭକ୍ତ,ଆସିଥାନ୍ତି l ପାହାଡ଼ ପାଦ ଦେଶରେ ମହାକାଳନ୍ତକ ଶିବ, ଶ୍ରୀ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା,ଶ୍ରୀ ଲକ୍ଷ୍ମୀ, ହନୁମାନ ମନ୍ଦିର ରେ ଭକ୍ତମାନେ ପୂଜାର୍ଚନା କରିବାକୁ ଆସୁଛନ୍ତି l ସଇଁତଲା ବ୍ଲକ, ପାଟଣାଗଡ ବ୍ଲକ ଏବଂ ବେଲପଡା ବ୍ଲକ ର ସ୍ବେଛାସେବୀ, ଧର୍ମ ପରାୟଣ ବ୍ୟକ୍ତି ଏବଂ ଜନସାଧାରଣ ଏହି ଧର୍ମ ପୀଠ ର ହେଉଥିବା ବିଭିନ୍ନ ପର୍ବ,ପର୍ବାଣୀ ଯାନୀ,ଯାତ୍ରା ମହୋତ୍ସବ ପାଳନ କରନ୍ତି l ଯାତ୍ରା ପର୍ବ ସମୟରେ ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ବୌଦ୍ଧ, ଫୁଲବାଣୀ ଜ଼ିଲ୍ଲା ରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି l ତେଣୁ ଖପ୍ରାଡୁଙ୍ଗୁରି ଧାର୍ମିକ ପୀଠ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ସହିତ ପାନ୍ଥନିବାସ, ଧର୍ମଶାଳା, ବିଦ୍ୟୁତ, ଶୌଚାଳୟ, ଗୁମ୍ଫା ର ସୌନ୍ଦର୍ଯ୍ୟ କରଣ, ପାହାଡ଼ ରେ ପାହାଚ ଆଦି ର ଉନ୍ନତିକରଣ ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ବିଶି ଚିଠି ରେ ଦର୍ଶାଇଛନ୍ତି l

ବଲାଙ୍ଗୀର ଜିଲ୍ଲା ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ 

masiha

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ୍ ଦେଉଥିବା ଯୁବକ ଉଦ୍ଧାର 

masiha

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା 

masiha

Leave a Comment

error: Content is protected !!