ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରିଜରୁ ଖସିପଡ଼ିଲା ହାଇବା ଗାଡି ! ଡ୍ରାଇଭର, ହେଲଫର ଗୁରୁରର

ଦୁଇ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲେନ୍ସ ଯୋଗେ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ସ୍ଥାନାନ୍ତରିତ 

ଗୋଳାମୁଣ୍ଡା/୨୫/୨/ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ନିକଟସ୍ଥ ବନ୍ଧାଗାଁ ନଦୀ ବ୍ରିଜରୁ ଏକ ଦଶ ଚକିଆ ହାଇବା ଗାଡି ଖସିପଡିଥିବା ବେଳେ ଡ୍ରାଇଭର ଓ ହେଲ୍ପର ଗୁରୁତର ଥିବା ଜଣାପଡିଛି । ବନ୍ଧାଗାଁ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରି ଆମ୍ବୁଲେନ୍ସ ଯୋଗେ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ଗ୍ରାମବାସୀ ଓ ଡମ୍ବରୁ ଭୋଇ ଙ୍କ ପକ୍ଷରୁ କୁହାଯାଇଛି । ସୂଚନାରୁ ପ୍ରକାଶ ଯେ ବନ୍ଧାଗାଁ ରୁ ଭବାନୀପାଟଣା ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ଉପରୁ ନଦୀରେ ଖସିପଡିଥିଲା । ଡ୍ରାଇଭର ଟିର ନାମ ମିଥୁନ ହୋଇଥିବା ବେଳେ ହେଲ୍ପର ନାମ ମଧୁ ବୋଲି କହୁଥିବା ବେଳେ ଠିକଣାର ସଠିକ ତଥ୍ୟ ମିଳି ନ ଥିବା ଜଣାପଡିଛି । ହାଇବା ଗାଡିଟି ଭବାନୀପାଟଣାର ଟୁକୁ ପଣ୍ଡା ର ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ

କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ରାଜ୍ୟ କୃଷି ସଚିବ

Sunil Chandra Nayak

Leave a Comment

error: Content is protected !!