ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାର ଙ୍କ ଉପରେ ତାତିଲେ : ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଘ

ବାଣପୁର:- ସରକାର ଙ୍କ ଉପରେ ତାତିଲେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଘ ! ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆସନ୍ତା ୧୫ ତାରିଖରେ ହେବାକୁ ଯାଉଥିବା ଷ୍ଟେରିଙ୍ଗ ଛାଡ୍ ଓଡ଼ିଶା ଅନ୍ଧାର ଆନ୍ଦୋଳନ ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ ରେ ଡ୍ରାଇଭର ସଂଘର ସାଧାରଣ ବୈଠକ ଚାଲିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ତୁମୁରାପୁଟ ଗ୍ରାମ ପଞ୍ଚାୟତର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଡ୍ରାଇଭର ମହାସଙ୍ଘର ତୁମୁରାପୁଟ ପଞ୍ଚାୟତ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ ସଭାପତି ବନମାଳୀ ବେହେରା, ବ୍ଲକ ଉପସଭାପତି ସେକ୍ ଶୈକତ, ବ୍ଲକ ସମ୍ପାଦକ ବେଣୁଧର ମୁଦୁଲି ଙ୍କ ସମେତ ବାଲୁଗାଁ ବାଣପୁର ଅଞ୍ଚଳର ସଂଘର ସମସ୍ତ ମେମ୍ଭର ଉପସ୍ଥିତ ଥିଲେ। ଏହି ବୈଠକରେ ଆଲୋଚନା ହେଲା ଯେ ବିଗତଦିନ ତଳେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସରକାରଙ୍କୁ ଦାବି ଜଣାଇଥିବା ବିଷୟ ଆଲୋଚନା କରିଥିଲେ । ସରକାର ଡ୍ରାଇଭର ସଂଘର ଦାବିପତ୍ର କୁ ପ୍ରତ୍ୟାହାର କରିବା ସହ ମିଛ ପ୍ରତିଶ୍ରୁତି ଦେଇଥିବାରୁ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ “ଷ୍ଟେରିଙ୍ଗ ଛାଡ୍ ଓଡ଼ିଶା ଅନ୍ଧାର” ଆନ୍ଦୋଳନ ଦେବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟ କହିଛନ୍ତି।।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ମମତା ମଞରୀ ଥପା କରୋନା ଯୋଦ୍ଧା ଭାବେ ସମ୍ମାନିତ

ହକ ମାଗି ଜେଲ ଗଲେ ଜମି ମାଲିକ

ଧାମରା ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

masiha

Leave a Comment

error: Content is protected !!