ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସ୍ବେଛାସେବୀଙ୍କ ରକ୍ତଦାନ: ସୁରକ୍ଷାରେ ଗର୍ଭବତୀ ମହିଳା

ନର୍ଲା (ମନିସ)ଜୁନାଗଡ ବ୍ଲକ ଅନ୍ତର୍ଗତ ରାଗପୁର ପଞ୍ଚାୟତ କାର୍ଲି ଗାଁର ଭୂମିକା ନାଏକ ଜୁନାଗଡ଼ ସ୍ଥିତ ସନ ହସ୍ପିଟାଲରେ ୨ଦିନ ତଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ।କିନ୍ତୁ ହଠାତ ତାଙ୍କର ରକ୍ତ ବହୁ ମାତ୍ରାରେ କମିଯାଇ ଥିଲା ଓ” ବି ” ନେଗେଟିଭ ଗ୍ରୁପର ରକ୍ତ ଜ଼ରୁରୀ ଥିଲା ।ତାଙ୍କର ଏହି ବିରଳ ରକ୍ତ ଗ୍ରୁପ “ଥିବାରୁ ରକ୍ତ ଆବଶ୍ୟକ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶ ହୋଇଥିଲା। ଖବର ଜାଣିବା ପରେ ନର୍ଲା ବ୍ଲକ ଅନ୍ତର୍ଗତ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସଦସ୍ୟ ଅଜିତ କୁମାର ସାହୁ “ବି ନେଗେଟିଭ” ୬ନଂ ଥର ଏବଂ ଜୁନାଗଡ଼ର ଲିଙ୍ଗରାଜ ତ୍ରିପାଠୀ ମଧ୍ୟ ୬ନଂ ଥର “ବି ନେଗେଟିଭ” ବିରଳ ଗ୍ରୁପର ରକ୍ତ ସ୍ବେଚ୍ଛାକୃତ ଭାବେ ଭବାନୀପଟଣା ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ । ଏଥିରେ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ ସହଯୋଗ କରିଥିଲେ। ରକ୍ତ ଭଣ୍ଡାରର ଟେକନିସିଆନ ଅଜିତ ନାଏକ, ଗିରିଷ ନାଏକ ଏବଂ ଡମ୍ବରୁଧର ସାହୁ ରକ୍ତ ସଂଗ୍ରହ କରିଥଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରକ୍ତଦାନ ମହାପୂଣ୍ୟ, ସମାଜ ସେବା ମାଧବସେବା

Sunil Chandra Nayak

ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ୨୦୫ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ଜଳବନ୍ଦୀ ଅଞ୍ଚଳରେ ଝାଡାବାନ୍ତି ଆକ୍ରାନ୍ତ ବ୍ୟକ୍ତିଙ୍କୁ ୩ କିମି ବୁହାହେଲା ଖଟିଆରେ

Sunil Chandra Nayak

Leave a Comment

error: Content is protected !!