ତିର୍ତୋଲ : – କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ମା ବନଦୁର୍ଗା ଓ ମା ମଙ୍ଗଳା ଙ୍କ ନବନିର୍ମିତ ଭବ୍ୟମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ,ସାରଳା ମାହାତ୍ମ୍ୟ ପ୍ରଚାରକ ରମାକାନ୍ତ ରାଉଳ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ଦିବାକର ଦାସମହାରାଜ ପ୍ରମୁଖ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହ ରେ ଯୋଗଦେଇଥିଲେ ! ଗ୍ରାମର ସମସ୍ତ ମହିଳା ମାନଙ୍କ ଦ୍ୱରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବୁଧବାରଦିନ ଅଙ୍କୁରାରୋପଣ ଗୁରୁବାରଦିନ ଆଜ୍ଞାମାଳ, କଳସ ଶୋଭାଯାତ୍ରା, ଗୁରୁପୂଜା, ସୂର୍ଯ୍ୟପୂଜା , ଓ ଯଂଜ୍ଞକୁଣ୍ଡ ରେ ଅଗ୍ନିସ୍ଥାପନ, ଶୁକ୍ରବାରଦିନ ମନ୍ଦିରପ୍ରତିଷ୍ଠା ଓ ବିଗ୍ରହସ୍ଥାପନ ବୈଦିକ ଵିଧିବିଧାନ ରେ ଅନୁଷ୍ଠିତ ହୋଇଯାଇଛି! ସନ୍ଧ୍ୟାଆରତୀ ପରେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ବାବା ଦିବାକର ଦାସ ମହାରାଜ ଆୟୋଜିତ ଜ୍ଞାନଯଂଜ୍ଞ ର ମୁଖ୍ୟଅତିଥି ଭାବେ, ମାତୃଶକ୍ତି ର ଆରାଧନା ଓ ଉପାସନା ପ୍ରତି ଆମ ସମାଜ ସଚେତନ ହେବାର ଆବଶ୍ୟକତା ରହିଛି ଓ ସାମାଜିକ ସଂସ୍କାର ଆଣିବାକୁ ହେଲେ ସୋସିଆଲ ମିଡ଼ିଆ ମାନେ ନଗ୍ନତା ପରିବର୍ତ୍ତେ ଆଧ୍ୟାତ୍ମିକତା ର ପ୍ରଚାର ପ୍ରସାର ପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ! ତିର୍ତ୍ତୋଲ ଗୋପିଆକୁଦ ମା ସନ୍ତୋଷୀ ମନ୍ଦିରର ପ୍ରତିଷ୍ଠାତା ସନ୍ତୋଷୀମାତା ମାଳିକା ଉପରେ ପ୍ରବଚନ ଦେଇଥିଲେ ! ପଣ୍ଡିତ ଅଭୟ କୁମାର ଦାସ ସଭାପତିତ୍ୱ କରିଥିବାବେଳେ, ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଦେବୀଶକ୍ତି ର ବିଶେଷତ୍ବ ଓ ମହତ୍ତ୍ୱ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ !ଏହି ଉପଲକ୍ଷେ ମହାମନ୍ତ୍ର ନାମଯଂଜ୍ଞ, ନଗର ପରିକ୍ରମା, ଭଜନ ସମାରୋହ, ସମୂହିକ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ! ଶନିବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ବିଶ୍ଵଶାନ୍ତି ଯଂଜ୍ଞ ର ପୂର୍ଣ୍ଣାହୁତି ପ୍ରଦାନ ପୂର୍ବକ, ଦୀର୍ଘ ଚାରିଦିନ ବ୍ୟାପି ଏହି ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହୋଇଯାଇଛି ! ସ୍ଥାନୀୟ ସରପଞ୍ଚ ଓ ମଙ୍ଗଳପୁର ଗ୍ରାମର ଅଧିବାସୀ ମାନେ, ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
previous post