ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜଗତସିଂହପୁର ର ପଣ୍ଡିତ ମାନଙ୍କ ଦ୍ୱାରା କେନ୍ଦ୍ରାପଡ଼ା ରେ ବନଦୁର୍ଗା ଓ ମଙ୍ଗଳା ମାଆଙ୍କ ମନ୍ଦିର ପ୍ରତିଷ୍ଠା 

ତିର୍ତୋଲ : – କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ମା ବନଦୁର୍ଗା ଓ ମା ମଙ୍ଗଳା ଙ୍କ ନବନିର୍ମିତ ଭବ୍ୟମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ,ସାରଳା ମାହାତ୍ମ୍ୟ ପ୍ରଚାରକ ରମାକାନ୍ତ ରାଉଳ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ଦିବାକର ଦାସମହାରାଜ ପ୍ରମୁଖ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହ ରେ ଯୋଗଦେଇଥିଲେ ! ଗ୍ରାମର ସମସ୍ତ ମହିଳା ମାନଙ୍କ ଦ୍ୱରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବୁଧବାରଦିନ ଅଙ୍କୁରାରୋପଣ ଗୁରୁବାରଦିନ ଆଜ୍ଞାମାଳ, କଳସ ଶୋଭାଯାତ୍ରା, ଗୁରୁପୂଜା, ସୂର୍ଯ୍ୟପୂଜା , ଓ ଯଂଜ୍ଞକୁଣ୍ଡ ରେ ଅଗ୍ନିସ୍ଥାପନ, ଶୁକ୍ରବାରଦିନ ମନ୍ଦିରପ୍ରତିଷ୍ଠା ଓ ବିଗ୍ରହସ୍ଥାପନ ବୈଦିକ ଵିଧିବିଧାନ ରେ ଅନୁଷ୍ଠିତ ହୋଇଯାଇଛି! ସନ୍ଧ୍ୟାଆରତୀ ପରେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ବାବା ଦିବାକର ଦାସ ମହାରାଜ ଆୟୋଜିତ ଜ୍ଞାନଯଂଜ୍ଞ ର ମୁଖ୍ୟଅତିଥି ଭାବେ, ମାତୃଶକ୍ତି ର ଆରାଧନା ଓ ଉପାସନା ପ୍ରତି ଆମ ସମାଜ ସଚେତନ ହେବାର ଆବଶ୍ୟକତା ରହିଛି ଓ ସାମାଜିକ ସଂସ୍କାର ଆଣିବାକୁ ହେଲେ ସୋସିଆଲ ମିଡ଼ିଆ ମାନେ ନଗ୍ନତା ପରିବର୍ତ୍ତେ ଆଧ୍ୟାତ୍ମିକତା ର ପ୍ରଚାର ପ୍ରସାର ପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ! ତିର୍ତ୍ତୋଲ ଗୋପିଆକୁଦ ମା ସନ୍ତୋଷୀ ମନ୍ଦିରର ପ୍ରତିଷ୍ଠାତା ସନ୍ତୋଷୀମାତା ମାଳିକା ଉପରେ ପ୍ରବଚନ ଦେଇଥିଲେ ! ପଣ୍ଡିତ ଅଭୟ କୁମାର ଦାସ ସଭାପତିତ୍ୱ କରିଥିବାବେଳେ, ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଦେବୀଶକ୍ତି ର ବିଶେଷତ୍ବ ଓ ମହତ୍ତ୍ୱ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ !ଏହି ଉପଲକ୍ଷେ ମହାମନ୍ତ୍ର ନାମଯଂଜ୍ଞ, ନଗର ପରିକ୍ରମା, ଭଜନ ସମାରୋହ, ସମୂହିକ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ! ଶନିବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ବିଶ୍ଵଶାନ୍ତି ଯଂଜ୍ଞ ର ପୂର୍ଣ୍ଣାହୁତି ପ୍ରଦାନ ପୂର୍ବକ, ଦୀର୍ଘ ଚାରିଦିନ ବ୍ୟାପି ଏହି ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହୋଇଯାଇଛି ! ସ୍ଥାନୀୟ ସରପଞ୍ଚ ଓ ମଙ୍ଗଳପୁର ଗ୍ରାମର ଅଧିବାସୀ ମାନେ, ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ତଥା ଖାତିଗୁଡା ସତସଙ୍ଗ ଶ୍ରୀ ମନ୍ଦିର ର୨୮ଭିତମ ସ୍ମାରକୀ ମହୋତ୍ସବ

Sunil Chandra Nayak

ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ

Sunil Chandra Nayak

ରାଇରଙ୍ଗପୁରରେ ପହଣ୍ଡି ବିଜେ ପରେ ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

Sunil Chandra Nayak

Leave a Comment

error: Content is protected !!