ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଯାଦବ ମହାସଭା ର ଅଧିକାର ଶୋଭାଯାତ୍ରା

 ନବରଙ୍ଗପୁର–(ମସିହା) ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ଜିଲ୍ଲା ଯାଦବ ମହାସଭା ର ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା।ଚାଉଁରିଆଗୁଡା ଠାରୁ ନାଟ ବାଦ୍ୟ ଓ ନାରାବାଜି ସହ ବହୁ ସଂଖ୍ୟାରେ ଯାଦବ ସମାଜ ର ଜିଲ୍ଲା ର ପ୍ରତ୍ୟେକ ବ୍ଲକରୁ ଆସିଥିବା ଯାଦବ ପୁରୁଷ ସ୍ତ୍ରୀ ଯୁବକ ସାମିଲ ହୋଇଥିଲେ। ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖରେ ଥିବା ପଡ଼ିଆରେ ପହଞ୍ଚିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଯାଦବ ସମାଜ ର ଛାତ୍ର ଛାତ୍ରୀ ମାନଙ୍କୁ ଆବାସିକ ବିଦ୍ୟାଳୟ ରେ ପଢିବାର ବ୍ୟବସ୍ଥା,ଗୋଚର ଜମିର ସୁରକ୍ଷା,ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଯାଦବ ମାନଙ୍କୁ ଦିଆ ଯାଇଥିବା “ଗିରିଜନ”ମାନ୍ୟତା ସହ ଅନ୍ୟ ୧୬ ଗୋଟି ଦାବି ଶିଘ୍ର ପୁରଣ କରିବାକୁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଜିର ଊକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗଦିଶ ଯାଦବ ଅନ୍ୟାନ୍ୟ ପଛୁଆବର୍ଗ କମିଶନର ଅଧ୍ୟକ୍ଷ ଦିଲ୍ଲୀ ସରକାର ଶ୍ରୀ ନରେଶ ଯାଦବ, ସଂପାଦକ ଯାଦବ ମହାସଭା ଦିଲ୍ଲୀ ନିତିନ ଯାଦବ, ଅଧ୍ୟକ୍ଷ ଦିଲ୍ଲୀ ଯାଦବ ମହାସଭା ହେମନ୍ତ ଯାଦବ, ଅଧିବକ୍ତା ଦିଲ୍ଲୀ ମନୋଜ ହାତୀ, ସଭାପତି ଲିଗାଲ ସେଲ ଉତ୍କଳ ଯାଦବ ମହାସଭା ଗୌର ଚନ୍ଦ୍ର ରାଜପାଲିଆ, ପ୍ରବକ୍ତା ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସକିତ ରତେଇ, ଉପ ସଭାପତି ଉତ୍କଳ ଯାଦବ ମହାସଭା କିର୍ତ୍ତନ ନାୟକ, ଜିଲ୍ଲା ପ୍ରଭାରୀ ନବରଙ୍ଗପୁର ସରିତା ଯାଦବ, ସନ୍ତୋଷ ଯାଦବ ନେଖିରାମ ଯାଦବ ଛତିଶଗଡ଼, ଜ୍ୟୋତି ରଞ୍ଜନ କଂସ ସଭାପତି,ବୁଲୁ ନାୟକ ଆବାହକ ଅବିଭକ୍ତ କୋରାପୁଟ ଜିଲ୍ଲା ଯାଦବ ମହାସଭା, ପରମେଶ୍ବର ପାତ୍ର ସଭାପତି ମାଲକାନଗିରି, ଅମିତ୍ ନାୟକ ସଭାପତି ରାୟଗଡ଼ା, ମଦନମୋହନ ନାୟକ ରାଜ୍ୟ ଉପ ସଭାପତି,ନବଘନ ନାୟକ,ମାଧବ ନାୟକ,ହରି ନାୟକ, ଦୈତାରି ମାଝୀ,ସିମାଞ୍ଚଳ ମହାଙ୍କୁଡ, ସରୋଜ ମହାଙ୍କୁଡ,ଶତୃଘନ ଗୌଡ,କୁଶ ଗୌଡ ଦେବଦାସ ମହାଙ୍କୁଡ ଜିଲ୍ଲା କାର୍ଯ୍ୟକାରି ସଭାପତି ଓ ୧୦ ଗୋଟି ବ୍ଲକ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଡୋକରୀଦର ଜଳପ୍ରପାତରେ ଯୁବକ ବୁଡି ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଉଦ୍ଧାର ହେଲା ଶବ

କାର୍ଯ୍ୟଭାର ଗ୍ରହଣ ପରେ ରାଇରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଧର୍ମଗଡ଼ ପାଇଁ ଗୌରବ ଆଣିଲେ ପଶ୍ଚିମ ଓଡିଶା ଟପ୍ପର କୌଶିକ ସାହୁ : ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ରଖିଲେ ୪୩୮ ରାଙ୍କ

Leave a Comment

error: Content is protected !!