ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ, ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ। ୧୯୮୯ ବ୍ୟାଚ୍‌ର ଆଇଏଏସ୍ ଅଫିସର ପ୍ରଦୀପଙ୍କୁ ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦିଆଯାଇଛି। ମାର୍ଚ୍ଚ ୧ ତାରିଖରେ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

ମୁଖ୍ୟ ଶାସଚନ ସଚିବ ସୁରେଶ ମହାପାତ୍ର ଆସନ୍ତା ୨୮ ତାରିଖରେ ଅବସର ନେବେ। ତା ପରେ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହେବେ। ତେବେ ବର୍ତ୍ତମାନ ପ୍ରଦୀପ ସ୍ୱତନ୍ତ୍ର ରିଲିଫ କମିଶନ ଓ ଉନ୍ନୟନ କମିଶନର ଦାୟିତ୍ୱରେ ସମ୍ଭାଳୁଛନ୍ତି। ସେହିପରି ପ୍ରଦୀପଙ୍କ ସ୍ଥାନରେ ଏସିଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଛି। ସେ ଜଳ ସମ୍ପଦ ସଚିବ ସହ ଉନ୍ନୟମ କମିଶନର ଭାବରେ ଅନୁ ଗର୍ଗ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଜ୍ୟରେ ସବୁ ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ, ଏଣିକି ପଞ୍ଚ କରି ଭିତରକୁ ଯିବେ ଡାକ୍ତର ଆଉ ସ୍ୱାସ୍ଥ୍ୟକର୍ମୀ

Sunil Chandra Nayak

ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ , କଳ୍ପନା‌ କରନ୍ ଙ୍କୁ ତୁଳସୀରତ୍ନ ସମ୍ମାନ

Sunil Chandra Nayak

ମୋ-ସରକାର’ ଅଧୀନରେ ଆଉଟ୍‌ସୋର୍ସିଂ ସଂସ୍ଥା। ଆଉଟସୋର୍ସିଂ କର୍ମଚାରୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

Sunil Chandra Nayak

Leave a Comment

error: Content is protected !!