ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦେଶୀ ମଦ ଜବତ, ଜଣେ ଗିରଫ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଫୋରୱେ ରାସ୍ତା ରେ ସିନାପାଲି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି ଏନ୍ଫୋର୍ସମେଣ୍ଟ ଡ୍ୟୁଟି ସମୟରେ ଏକ ବାଇକ ଯୋଗେ ବେଆଇନ ବିଦେଶୀ ମଦ ବିକ୍ରୀ ପାଇଁ ନେଉଥିବା ବେଲେ ୨୩ ଲିଟର ବିଦେଶୀ ମଦ, ଏକ ବାଇକ ସହ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ଯକ୍ତି ଜଣକ କେନ୍ଦୁମୁଣ୍ତା ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗ୍ରାମର ଜିତେନ୍ଦ୍ର ଖର୍ସେଲ (୩୨)ବୋଲି ଜଣାପଡିଛି। ସୁଚନା ଅନୁସାରେ ଆଜି ସକାଲ ୧୧ ଘଣ୍ଟା ସମୟରେ ସିନାପାଲି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି ଏନ୍ଫୋର୍ସମେଣ୍ଟ ଡ୍ୟୁଟି ସମୟରେ ଉକ୍ତ ବ୍ଯକ୍ତି ଜଣକ ଫୋରୱେ ରାସ୍ତା ରେ ଏକ ବାଇକ ଯୋଗେ ବିଦେଶୀ ମଦ ୨୩ ଲିଟର ନେଉଥିବା ବେଲେ ଜବତ କରିବା ସହ ହିରୋ ଗ୍ଲୋମର ବାଇକ ଗାଡି ନମ୍ୱର ସିଜି ୦୪ ସିୟୁ ୭୨୭୧ ସହ ଉକ୍ତ ବ୍ଯକ୍ତି ଙ୍କୁ ଗିରଫ କରାଯାଇଥିବା ସୁଚନା ମିଲିଛି। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଟ୍ରକ ବାଇକ ଧକ୍କା ଦୁଇ ଗୁରୁତର ଆହତ

Sunil Chandra Nayak

ନିମ୍ବ ବୃକ୍ଷରୁ ଝରୁଛି କ୍ଷୀର

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଶ୍ରାବଣୀ ।।

Sunil Chandra Nayak

Leave a Comment

error: Content is protected !!