ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁସ୍ଥ ଗଣତନ୍ତ୍ର ପାଇଁ ନ୍ଯାୟ ପାଳିକାର ଭୂମିକା ସଂପର୍କରେ ଆଲୋଚନାଚକ୍ର

ରାଉରକେଲା / ସୁସ୍ଥ ଗଣତନ୍ତ୍ର ପାଇଁ ନ୍ଯାୟ ପାଳିକାର ଭୂମିକା ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ରାଉରକେଲା ମ୍ଯୁନିସିପାଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଆଲୋଚକ ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଭବାନୀ ଶଙ୍କର ଚାଣ୍ଡେଲ ଯୋଗ ଦେଇ କହିଲେ ଯେ ସୁସ୍ଥ ସମାଜ ଗଠନ ତଥା ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସୁସ୍ଥ ଗଣତନ୍ତ୍ର ଶାସନ ଏକ ଉପଯୁକ୍ତ ମାଧ୍ୟମ । ଏଥିପାଇଁ ନୈତିକ ମୂଲ୍ୟ ବୋଧ ସମ୍ପନ୍ନ ନାଗରିକ ନିର୍ମାଣ ସହିତ କାର୍ଯ୍ୟପାଳିକା, ନ୍ଯାୟପାଳିକା ଓ ବ୍ଯବସ୍ଥାପିକା ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିବା ଅତ୍ୟନ୍ତ ଆବଶ୍ୟକ । ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଅଭିଭାଷଣ ରଖିଥିବା ଵେଳେ ବିଭାଗୀୟ ମୁଖ୍ୟ ବିଜୟ ଲକ୍ଷ୍ମୀ ଦେଓ ବିଷୟ ସଂପର୍କରେ ଉପସ୍ଥାପନ କରିଥିଲେ । ଅଧ୍ଯାପିକା ଡ଼ଃ ଦିବ୍ଯକାନ୍ତି ବିଲୁଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରାଧ୍ୟାପିକା ମହାଶ୍ବେତା ମହାପାତ୍ର ଅନ୍ଯତମ ବକ୍ତା ଭାବରେ ନ୍ଯାୟପାଳିକାର ଚୟନ ଓ କାର୍ଯ୍ୟ ସମ୍ବନ୍ଧରେ କହିଥିଲେ । ଏହି ଆଲୋଚନାଚକ୍ରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ଯାପକ ଓ ଅଧ୍ଯାପିକା ଯୋଗଦାନ କରିଥିଲେ । ଶେଷରେ ଅଧ୍ଯାପକ ଅର୍ଘ୍ଯଦୀପ ବନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ 

masiha

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

masiha

ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!