ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଓ ଡିଏଫଓଙ୍କୁ ଭେଟିଲେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ

କୋକସରା,୨୭/୦୨ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରାରେ ଜଙ୍ଗଲ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟ କରଣ ଓ ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଫେବୃୟାରୀ ୨୦ ତାରିଖରେ ଉନ୍ନୟନ କମିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ଡୋକରୀଚଞ୍ଚରାରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଥିବା ବେଳେ ଶନିବାର ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ରଙ୍କ ନେତୃତ୍ୱରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଉନ୍ନୟନ ସମିତିର ଉପ ସଭାପତି ଘନଶ୍ୟାମ ନାଏକ, ଅଇରୀ ନାଶନ ଚିନ୍ଦା, ସମ୍ପାଦକ ନୀଲାମ୍ବର ନାଏକ, ସହ ସମ୍ପାଦକ ଆଦିତ୍ୟ ପଣ୍ଡା, କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ, କୋକସରା ବ୍ଲକ ସାଂସଦ ପ୍ରତିନିଧି ସୁଧିର ପାତ୍ର ପ୍ରମୁଖ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡି ଓ ଦକ୍ଷିଣ ବନଖଣ୍ଡ ଜିଲ୍ଲା ଅଧିକାରୀ ଲାଡେ ଦୟାନନ୍ଦ ଗଜାନନଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ବିଗତ ବୈଠକରେ ଉନ୍ନୟନ କାର୍ଯ୍ୟ ଓ ଜଙ୍ଗଲ ବିଭାଗର ମିଳିତ ସହମତିରେ ପାରିତ ହୋଇଥିବା ଆଲୋଚନା ଉପରେ ଲିଖିତ ଭାବେ ଜଣାଇବା ସହ କମିଟି ତରଫରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ପ୍ରଶାସନିକ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ୧୯୭୨ ମସିହାରୁ ଉନ୍ନୟନ ସମିତି ଏହି ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଳାଇ ଆସୁଛନ୍ତି ଏଣୁ ଜଙ୍ଗଲ ବିଭାଗ ଭିଏସଏସ କମିଟିରେ ଉନ୍ନୟନ କମିଟିକୁ ସାମିଲ କରିବା, ଆଗକୁ ଇକୋ ଟୁରିଜମ ହେଲେ ଏହି ସ୍ଥାନର ନାମ ଶ୍ରୀ ମଧୁମାଧବ ତୀର୍ଥ ଇକୋ ଟୁରିଜମ ଗୁଡହାଣ୍ଡି ଡୋକରୀଚଞ୍ଚରା କରିବା, ପାନୀୟ ଜଳ ପାଇଁ ଗଭୀର ନଳକୂପ, ରାସ୍ତା ପ୍ରଶସ୍ତିକରଣ, ଡୁମେର ଜୋର ନିକଟରେ ପାର୍କ ନିର୍ମାଣ, ପ୍ରବେଶ ଦ୍ୱାରରେ ପର୍ଯ୍ୟଟକ ପାଇଁ ପ୍ରବେଶିକା ଦେୟ ପାଇଁ ଗେଟ, ବେହେରା ଡ୍ୟାମରେ ବୋଟିଂ ବ୍ୟବସ୍ଥା ଓ ଆଗକୁ ଇକୋ ଟୁରିଜମରୁ ଆଦାୟ ରାଶିର ୪୦ ପ୍ରତିଶତ ଅର୍ଥ ଉନ୍ନୟନ କମିଟିକୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପ୍ରଦାନ ସହ ମଧୁ ମାଧବ ତୀର୍ଥର ଧାର୍ମିକ ସ୍ଥାନରେ କମିଟିକୁ ସ୍ୱାଧୀନ ଭାବେ ନିର୍ବାହ କରିବା ଓ ଉନ୍ନୟନ କମିଟି ସହ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଡିଏଫଓଙ୍କୁ ଲିଖିତ ଭାବେ ଦିଆଯାଇଛି ।

ମସିହା ନିଉଜ ସର୍ଭିସ୍ 

Related posts

ମିଲର ଏଜେଣ୍ଟ ଓ ଏସଏଚଜି ଗ୍ରୁପ ର ମଧୁ ଚନ୍ଦ୍ରିକା ରେ ପେଶି ହଉଛନ୍ତି ଚାଷୀ !

Sunil Chandra Nayak

ଦୁର୍ଗମ କଟୋଡ଼ି ଗାଁରେ ପୁଲିସ ଜନସମ୍ପର୍କ ଶିବିର

masiha

ପ୍ରକଳ୍ପ ଗୋଟିଏ କାମ ଅନ୍ୟ ସ୍ଥାନରେ,ଏମଜିଏନଆରଇଜିଏସ ଯୋଜନା ବାଟବଣା

Sunil Chandra Nayak

Leave a Comment

error: Content is protected !!