ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

ବୋର୍ଡା: ଅଦ୍ୟ ତା-୨୮. ୦୨. ୨୦୨୩ ରିଖ ମଙ୍ଗଳବାର ଦିନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୋର୍ଡା ତରଫରୁ ଜାତୀୟ ବିଜ୍ଞାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଇନ୍ଦୁଭୁଷଣ ସାହୁଙ୍କ ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ପଠନ କରିଥିବା ବେଳେ, ବିଦ୍ୟାଳୟ ର ବରିଷ୍ଠ ଗୁରୁଜୀ ଶ୍ରୀଯୁକ୍ତ ମାନସ କୁମାର ପଧାନ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଶ୍ରୀଯୁକ୍ତ ମୋହନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମ ଦ୍ଵିତୀୟ ଶିଶୁ ଭାଇ ଭଉଣୀ ମାନେ ଫୋଟ ପ୍ରଦର୍ଶନ କରିଥିବା ବେଳେ ତୃତୀୟ ରୁ ସପ୍ତମ ଭାଇ ଭଉଣୀ ମାନେ ପ୍ରକଳ୍ପ ପ୍ରଦର୍ଶନ, ଷଷ୍ଠ ସପ୍ତମ ଭାଇ ଭଉଣୀ ମାନଙ୍କ ବିଜ୍ଞାନ ପ୍ରଶ୍ନମଞ୍ଚ ଏବଂ ବିଜ୍ଞାନ ଭିତ୍ତିକ ନାଟକ ବୃକ୍ଷ ହିଁ ଜୀବନ ପ୍ରଦର୍ଶନ କରାଯାଇଥିଲା । ସପ୍ତମ ଶ୍ରେଣୀର ଭଉଣୀ ଗୀତାଞ୍ଜଳି ରଣାଙ୍କ ପ୍ରକଳ୍ପ ଶ୍ରେଷ୍ଠ ପ୍ରକଳ୍ପ ହୋଇଥିବା ବେଳେ ଶିଶୁ ବିଭାଗରୁ ଭାଇ ସୋଭିତ ବେହେରାଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଶ୍ରୀଯୁକ୍ତ ନିଭୃତ ପଧାନ, ଅମିତ ପଧାନ,ଶ୍ରୀମତୀ ଗୀତାଞ୍ଜଳି ଥନାପତି, ସୋବନ୍ତି ଠାକୁର, ଅନିତା ଲେଙ୍କା ଓ ଅବନୀ ସାହୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତିର ନୂତନ ଅଫିସ ଗୃହ ଉଦଘାଟିତ  

masiha

ବ୍ରାହ୍ମଣ ମହାସଙ୍ଘ ପକ୍ଷରୁ ଉଡ଼ା ଯାତ୍ରାରେ ଦହି ସର୍ବତ ବଣ୍ଟନ 

Sunil Chandra Nayak

ମା ଅଗ୍ନିଗଙ୍ଗାମା ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!