ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗର୍ଜନ ପାଣି ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯିବ ବୋଲି ଆରକ୍ଷୀ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେଲେ

ନୂଆପଡା //  ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଦରା ସଂରକ୍ଷିତ ମଧ୍ୟରେ ଥିବା ମାଓ ପ୍ରବଣ ଗାଁ ଗର୍ଜନ ପାଣିଗାଁ ରେ ଗତ ୨୨ ତାରିଖ ବୁଧବାର ଠାରୁ ମାଓବାଦୀଙ୍କ ଧମକପୂର୍ଣ୍ଣ ମାଓ ପୋଷ୍ଟର କୁ ନେଇ ଗର୍ଜନପାଣି ଗାଁ ରେ ଭୟର ବାତାବରଣ ଦେଖାଦେଇଛି । ଗର୍ଜନପାଣି ଗାଁ ର ବୁଦ୍ଦୁରାମ ଗୈାଡ ଏବଂ ହଜାରୀବଚ୍ଚ୍ଥା ନାମକ ଦୁଇଜଣ ବ୍ୟକ୍ତି ପୋଲିସ ଇନଫର୍ମର ଥିବା ଦର୍ଶାଇ ଇନଫର୍ମର ରୁ ନିବୃତ୍ତ ନରହିଲେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି । ବୁଧବାର ରାତିରେ ୨୦ ରୁ ୩୦ ସଶସ୍ର ମାଓବାଦୀ ଗାଁକୁ ଆସି ଗାଁ ର ସ୍ଥାନେ ସ୍ଥାନେ ପୋଷ୍ଟର ମାରିଥିବା ବେଳେ ଉକ୍ତ ପୋଷ୍ଟର ଚିରିଲେ ହାତଗୋଡ କାଟିଦେବାକୁ ଧମକ ଦେଇଥିଲେ । ପୋଷ୍ଟର ଦେବା ଦିନ ଠାରୁ ବୁଦ୍ଦୁରାମ ଏବଂ ହଜାରୀ ଗାଁ ଛାଡି ତଳକୁ ପଲାଇ ଆସିଥିବା ବେଳେ ବର୍ତମାନ ଗାଁ ରେ ଭୟର ବାତାବରଣ ଦେଖିବାକୁ ମିଲିଛି । ସପ୍ତାହ ହେଲା ମାଓ ଭୟ ଯୋଗୁଁ ଗାଁ ସ୍କୁଲ ରେ ତାଲା ଝୁଲୁ ଥିବା ବେଳେ । ମାଓବାଦୀ ଙ୍କ ଗର୍ଜନ ରେ ଗର୍ଜନପାଣି ଗାଁ ଥରହର ହୋଇଯାଇଥିବା ବେଳେ ଉକ୍ତ ଘଟଣା କୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ପରେ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ନୂଆପଡା ଆରକ୍ଷୀ ଅଧ୍ୟକ୍ଷକ ଆର ଗୁଣ୍ଡାଲା ରେଡ୍ଡୀ। ଗର୍ଜନ ପାଣି ଗାଁ ରେ ମାଓବାଦୀ ଙ୍କ ପକ୍ଷରୁ ପୋଷ୍ଟର ମାରିବା ଘଟଣା ନେଇ ଅବଗତ ଅଛନ୍ତି । ବର୍ତମାନ ପୋଲିସ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛି । ପ୍ରକୃତ ରେ ପୋଷ୍ଟର ମାଓସଂଗଠନ ପକ୍ଷରୁ ମରାଯାଇଛି ନା ଅନ୍ୟ କିଏ ମାରିଛି ତଦନ୍ତ ଚାଲିଛି । ଗର୍ଜନପାଣି ଗାଁ ପଡୋଶୀ ଛତିଶଗଡ ରାଜ୍ୟ ସୀମାରେ ଥିବା ଯୋଗୁଁ ଛତିଶଗଡ ଏବଂ ଓଡିଶା ପୋଲିସ ପକ୍ଷରୁ ମିଳିତ କୁମ୍ଵିଂ ଅପରେସନ କୁ ଜୋରଦାର୍ କରାଯାଇଛି । ଗାଁ ଲୋକ ଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ବୁଧୁବାର ଖଡ଼ିଆଳ ଥାନାକୁ ପରିଦର୍ଶନରେ ଆସିଥିବା ପରିପ୍ରେକ୍ଷୀରେ ଆରକ୍ଷୀ ଅଧିକ୍ଷକ ଆର ଗୁଣ୍ଡଳା ରେଡ୍ଡୀ ପ୍ରକାଶ କରିଛନ୍ତି। ସେହିଭଳି ଖଡ଼ିଆଳ ଥାନାରେ ପୋଲିସ ଅଧିକାରୀଙ୍କୁ ନେଇ ଆଇନ ଶ୍ରୁଖଳା ପରିସ୍ଥିତି ଉପରେ ସମୀକ୍ଷା ବୈଠକ କରିଥିଲେ। ଖଡ଼ିଆଳ ଥାନା ଅଞ୍ଚଳରେ ଚୋରିହାରି ଓ ରାହାଜାନୀ ଭଳି ଘଟଣା କିଭଳି ନହେବ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସପି ଆର ଗୁଣ୍ଡଳା ରେଡ୍ଡୀ।ଏହି ଅବସରରେ ଏସ୍ଡିପିଓ ଓ ଅରୂପ ଅଭିଷେକ ବେହେରା ,ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଘର ଆଗରୁ ବୁଲେଟ ଗାଡି ଚୋରି , ଥାନାରେ ଏତଲା

Sunil Chandra Nayak

ରାୟଗଡ ଜିଲ୍ଲା ଚାନ୍ଦିଲି ପୋଲିସ୍ ଦ୍ୱାରା ସଫଳତା

masiha

ବାଙ୍କି ଗାଁ ରାଜପଥ କଡ଼ରେ ଯୁବକର ଝୁଲନ୍ତା ମୃତ ଦେହ ପୋଲିସ, ଗ୍ରାମବାସୀ ଏବଂ ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ଉଦ୍ଧାର 

masiha

Leave a Comment

error: Content is protected !!