ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା,କଳା, ସାହିତ୍ୟ ସଂସ୍କୃତି ନବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ – ରଞ୍ଜନ ଦାଶ

ରାଉରକେଲା/ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆଇଡ଼ିଏଲ ଅତିଥି ଭବନ ପରିସରରେ ଓଡ଼ିଆ ଭାଷା କଳା ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ଏକ କର୍ମଶାଳା ଟ୍ରଷ୍ଟର ଉପସଭାପତି ମିନତୀ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଓଡ଼ିଆ ଭାଷା କଳା ସାହିତ୍ୟ ସଂସ୍କୃତି ନବଞ୍ଚିଲେ ରାଜ୍ୟ ତଥା ଦେଶର ପ୍ରଗତି ଅସମ୍ଭବ। ଏଣୁ ଆମେ ମାନେ ପ୍ରାଚୀନ କଳା ସଂସ୍କୃତି ପ୍ରତି ଯତ୍ନମାନ ହେଵା ଉଚିତ l ରାଉରକେଲା ହେଉଛି କଳା ସଂସ୍କୃତି ସମ୍ପର୍ଣ୍ଣ ନଗରୀ। ଏହାର ସୌନ୍ଦର୍ଯ୍ୟକରଣ ଓ ବିକାଶ କ୍ଷେତ୍ରରେ କଳାକାର ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ରାଜୀବ ପାଣି ଡକ୍ଟର ବିଷ୍ନୁପ୍ରିୟା ସାହୁ ରାଉରକେଲା ସହରକୁ ସାହିତ୍ୟ କଳା ସଂସ୍କୃତି ନୃତ୍ୟ ସଂଗୀତ ସର୍ବୋପରି ପ୍ରାଚୀନ କଳା ସଂସ୍କୃତିର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ l ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ପରିଡା ଦକ୍ଷିଣ ରାଉରକେଲା ରେ ଏକ ମଧୁସୂଦନ ଦାସ ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଅଡିସନ ରେ ଚୟନ କରାଯାଇଥିବା କଳାକାର ମାନଙ୍କୁ ଶୀଘ୍ର ମୁଖ୍ୟମନ୍ତ୍ରୀ କଳାକାର କଲ୍ୟାଣ ଭତ୍ତା ପ୍ରଦାନ କରିବାପାଇଁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ l ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ପକ୍ଷରୁ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦାଶଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ସହ ନାଗରିକ ସମ୍ବର୍ଦ୍ଧନା ଦିଆଯାଥିଲା। ଏହି ଅବସରରେ କଳିକା ଅନୁଷ୍ଠାନ, ଗୁରୁ ଗୋମେକ ସାନ୍ତାଳୀ ସାଂସ୍କୃତିକ ସଂଘ, ରାଉରକେଲା ପୂଜ୍ୟପୂଜା ପରିସର ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦିକା ସଚଲା ପଣ୍ଡା, ରଞ୍ଜନ ମହାନ୍ତି,ଭ୍ରମରବର ମହାକୁଡ଼, ଅନୁଆରୀ ବେଗମ, ମୁରଲୀଧର ଦାସ, ଭଗବାନ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲା ବେଳେ ସନାତନ ସାହୁ, ଅଲେଖ ସାହାଣୀ,ଲକ୍ଷ୍ମୀ ହାଁସଦା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ କବି ଆର୍ତ୍ତବନ୍ଧୁ ଦାସ ଧନ୍ୟବାଦ ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

masiha

ଭୌତିକ ଚିକିତ୍ସାରେ ବୋଡ଼େନ ବ୍ଲକ ର ପ୍ରଥମ କୃତିତ୍ୱ ଅର୍ଜନ କଲେ ସଚିନ ବେହେରା

Sunil Chandra Nayak

ନିଦା ବିଷ୍ଣୁ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ପରି ବର୍ତ୍ତେ ପଡୁଛି ଚିଙ୍ଗୁଡ଼ି ଘେରିର ମଳ

masiha

Leave a Comment

error: Content is protected !!