ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ 

କୋକସରା,୩/୦୩ ଧର୍ମଗଡ ଜିଲ୍ଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟିର ଆବାହକ ତୁଷାର ରଞ୍ଜନ ପଟ୍ଟଯୋଷୀଙ୍କ ଅଧ୍ୟକ୍ଷତାରେ କୋର କମିଟିର ଏକ ଜରୁରୀ ବୈଠକ କୋକସରା ବ୍ଲକ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇ ଯାଇଛି । କମିଟିର ବରିଷ୍ଠ ସଦସ୍ୟ ଲକ୍ଷ୍ମୀକାନ୍ତ ବାଗ ବୈଠକର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ଧର୍ମଗଡ ଜିଲ୍ଲା ଗଠନ ପାଇଁ ପ୍ରତି ଦୃଷ୍ଟି କୋଣରୁ ଆବଶ୍ୟକ ଭିତ୍ତିଭୂମି ରହିଛି ଓ ସମସ୍ତଙ୍କ ପ୍ରୟାସ ଓ ସହଯୋଗ ହେଲେ ଆମେ ନିଶ୍ଚିତ ଆମର ଲକ୍ଷ୍ୟପଥ ହାସଲ କରିବାରେ ସଫଳ ହେବୁ ବୋଳି କୋର କମିଟିର ଆବାହକ ମତ ଦେଇଥିଲେ। ଏହି ସର୍ବଦଳୀୟ ବୈଠକରେ ବରିଷ୍ଠ ରାଜନୈତିକ ନେତା ପୁରୁଷୋତ୍ତମ ଗୁପ୍ତା, ପର୍ଶୁରାମ ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସିଟିଜନ ଫୋରମ ସଦସ୍ୟ ମିନିକେତନ ପ୍ରଧାନି, ନିମାଇ ଚରଣ ଧ. ମାଝୀ, ଶ୍ରୀନିବାସ ପ୍ରଧାନୀ, ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, କେଶବ ଚନ୍ଦ୍ର ନାଏକ, ତ୍ରିଭୁବନ ନାଏକ, ନବୀନ ନାଏକ ବିଜୟ କୁମାର ସାହୁ, ପଞ୍ଚକ ପୋଢ଼, ରଞ୍ଜିତ ପୋଢ଼, ଉଗ୍ରେସନ ବାଗ ପ୍ରମୁଖ ସଚେତନ ନାଗରିକ ଉପସ୍ଥିତ ରହି ଦଳ ମତ ନିର୍ବିଶେଷରେ ସମସ୍ତ ବୁଦ୍ଧିଜୀବି ଏକତ୍ରିତ ହୋଇଥିଲେ ଓ ଜିଲ୍ଲା ଗଠନ ଦାବିକୁ ସମର୍ଥନ ଜଣାଇଥିଲେ। ନୂତନ ଜିଲ୍ଲା ଗଠନ ନେଇ ରାଜ୍ୟ ସରକାରଙ୍କ ସକରାତ୍ମକତା ଦୃଷ୍ଟି କୋଣରୁ ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ଆଶା ଦୃଢୀଭୂତ ହୋଇଛି । ଜିଲ୍ଳା ଦାବୀକୁ ସରକାରଙ୍କ ଠାରେ ସଠିକ ଭାବେ ଉପସ୍ଥାପନ ପାଇଁ ଏକ କୋର କମିଟି ମଧ୍ୟରେ ଆଲୋଚନା କରିଥିଲେ। ଏହି କମିଟି ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ମୂଖ୍ୟମନ୍ତ୍ରୀଙ୍କୁ ଧର୍ମଗଡ ଉପଖଣ୍ଡ ମାଟିରେ ଭବ୍ୟ ସ୍ଵାଗତ ସହ ଧର୍ମଗଡ ଜିଲ୍ଲା ଗଠନ ପାଇଁ ନିବେଦନ ରଖିବା ପାଇଁ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

ଧର୍ମପରାୟଣ ମହିଳା ମେମ୍ ବାଈଙ୍କ ପରଲୋକ

Sunil Chandra Nayak

ବିଧାନସଭା ରେ ମନ୍ତ୍ରୀ ଙ୍କ ଉତ୍ତର ପରେ ଧର୍ମଗଡ ଜିଲ୍ଲା ଗଠନ ନେଇ ଆଶା ସଞ୍ଚାର

Sunil Chandra Nayak

ବିଧାୟକ ବାଣ୍ଟିଲେ ବିଏସକେୱାଇ ନବୀନ କାର୍ଡ 

masiha

Leave a Comment

error: Content is protected !!