ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମେଳାରେ ସମ୍ମାନିତ ହେଲେ ଆମପାଣିର ଲୋକ କଳାକାର କୁମୁଦ ପୁଝାରୀ

କୋକସରା,୩/୦୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଗ୍ରାମର କୁମୁଦ ଚନ୍ଦ୍ର ପୁଝାରୀଙ୍କୁ ବୁଧବାର ଭୁବନେଶ୍ୱର ଆଦିବାସୀ ମେଳା ଉଦଯାପନୀ ଉତ୍ସବରେ ସମ୍ମାନିତ କରାଯାଇଛି । ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଆଦିବାସୀ ପ୍ରତିଭା ସମ୍ମାନ ୨୦୨୩ ପାଇଁ ସମ୍ମାନିତ କରିଥିଲେ । କୁମୁଦ ଜଣେ ଲୋକ କଳାକାର ତଥା ସମାଜସେବୀ ରୂପେ କଳାହାଣ୍ଡି ଜିଲ୍ଲାରେ ପରିଚିତ । ତାଙ୍କ ନିର୍ଦ୍ଦେଶନାରେ ୨୦୦୬ ମସିହାରେ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ‘କୁରେଇଫୁଲ ‘ ଲୋକ ନୃତ୍ୟ ସମଗ୍ର ରାଜ୍ୟରେ ତଥା ରାଜ୍ୟ ବାହାରେ ଜନାଦୃତ ଲାଭ କରି ପାରିଛି । ଲୁପ୍ତପ୍ରାୟ ଘୋଡେଲ (ରଣପା) ନୃତ୍ୟର ସଂରକ୍ଷଣରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ଗୀତ ରଚନା କରିବା, ଅଭିନୟ ସହିତ ନିର୍ଦ୍ଦେଶନା ଦେବାରେ ତାଙ୍କର ଅନେକ ପାରିଦର୍ଶିତା ରହିଛି । ପିଲାଦିନରୁ ତାଙ୍କର ଅଭିନୟ ସହ ଲୋକକଳା, ନାଟକରେ ଅଭିନୟ କରି ଲୋକଙ୍କ ହୃଦୟକୁ ଜିଣିପାରିଛନ୍ତି। ବ୍ୟଙ୍ଗ କବିତା ରଚନା କରି ପୁରସ୍କୃତ ପାଇଛନ୍ତି । ସେ ରଚନା କରିଥିବା ଅନେକ ଲୋକ ଗୀତ କଳାହାଣ୍ଡି ଭବାନୀପାଟଣା ରେଡ଼ିଓ ଷ୍ଟେସନରେ ଅନେକ ସମୟରେ ଶୁଣିବାକୁ ମିଳେ। ଏହି ଆଦିବାସୀ ମେଳାରେ କଳାହାଣ୍ଡି ଜିଲ୍ଲାର ୫ ଜଣ ପ୍ରତିଭାକୁ ସମ୍ମାନିତ କରାଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ

masiha

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!