ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମେଳାରେ ସମ୍ମାନିତ ହେଲେ ଆମପାଣିର ଲୋକ କଳାକାର କୁମୁଦ ପୁଝାରୀ

କୋକସରା,୩/୦୩ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଗ୍ରାମର କୁମୁଦ ଚନ୍ଦ୍ର ପୁଝାରୀଙ୍କୁ ବୁଧବାର ଭୁବନେଶ୍ୱର ଆଦିବାସୀ ମେଳା ଉଦଯାପନୀ ଉତ୍ସବରେ ସମ୍ମାନିତ କରାଯାଇଛି । ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଆଦିବାସୀ ପ୍ରତିଭା ସମ୍ମାନ ୨୦୨୩ ପାଇଁ ସମ୍ମାନିତ କରିଥିଲେ । କୁମୁଦ ଜଣେ ଲୋକ କଳାକାର ତଥା ସମାଜସେବୀ ରୂପେ କଳାହାଣ୍ଡି ଜିଲ୍ଲାରେ ପରିଚିତ । ତାଙ୍କ ନିର୍ଦ୍ଦେଶନାରେ ୨୦୦୬ ମସିହାରେ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ‘କୁରେଇଫୁଲ ‘ ଲୋକ ନୃତ୍ୟ ସମଗ୍ର ରାଜ୍ୟରେ ତଥା ରାଜ୍ୟ ବାହାରେ ଜନାଦୃତ ଲାଭ କରି ପାରିଛି । ଲୁପ୍ତପ୍ରାୟ ଘୋଡେଲ (ରଣପା) ନୃତ୍ୟର ସଂରକ୍ଷଣରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ଗୀତ ରଚନା କରିବା, ଅଭିନୟ ସହିତ ନିର୍ଦ୍ଦେଶନା ଦେବାରେ ତାଙ୍କର ଅନେକ ପାରିଦର୍ଶିତା ରହିଛି । ପିଲାଦିନରୁ ତାଙ୍କର ଅଭିନୟ ସହ ଲୋକକଳା, ନାଟକରେ ଅଭିନୟ କରି ଲୋକଙ୍କ ହୃଦୟକୁ ଜିଣିପାରିଛନ୍ତି। ବ୍ୟଙ୍ଗ କବିତା ରଚନା କରି ପୁରସ୍କୃତ ପାଇଛନ୍ତି । ସେ ରଚନା କରିଥିବା ଅନେକ ଲୋକ ଗୀତ କଳାହାଣ୍ଡି ଭବାନୀପାଟଣା ରେଡ଼ିଓ ଷ୍ଟେସନରେ ଅନେକ ସମୟରେ ଶୁଣିବାକୁ ମିଳେ। ଏହି ଆଦିବାସୀ ମେଳାରେ କଳାହାଣ୍ଡି ଜିଲ୍ଲାର ୫ ଜଣ ପ୍ରତିଭାକୁ ସମ୍ମାନିତ କରାଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ଏନସିସି ନିର୍ଦ୍ଦେଶାଳୟ ଡିଡିଜି କମାଣ୍ଡର ଜେ ସୁରେଶଙ୍କ ରାଉରକେଲା ନବମ ବାଟାଲିୟନ ଏନସିସି, ର ପରିଦର୍ଶନ

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଡକ୍ଟର ଚପଳା କୁମାରୀ

masiha

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

Leave a Comment

error: Content is protected !!