ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଳକୂପ ଅଚଳ, ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ?

ତେନ୍ତୁଳିଖୁଣ୍ଟି –୦୪/୦୩/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡ଼ା ଗ୍ରାମ ରେ୨ଟି ୱାର୍ଡ ରହିଛି। ସେଥି ମଧ୍ୟରୁ ୱାର୍ଡ ନଂ ୭ ରେ ଗୋଟିଏ ନଳକୁପ ଠିକ୍ ରହିଛି। ୱାର୍ଡ ନଂ ୬ ରେ ଚଳିତ ବର୍ଷ ୨୦୨୩ ଜାନୁୟାରୀ ମାସରୁ ନଳକୁପ ଅଚଳ ହୋଇ ଯାଇଛି। ପାଣି ଟୋପାଏ ପାଇଁ ୱାର୍ଡ ନଂ ୬ ର ମହିଳା ମାନେ ୭ନଂ ୱାର୍ଡ ରେ ପାଣି ଆଣିବାକୁ ଅଧା କିମି ଅତିକ୍ରମ କରି ଯାଉଛନ୍ତି।ତାହା ପୁଣି ଅଜବ ନିୟମ ରେ ୬ନଂ ୱାର୍ଡ ର ସବୁ ମହିଳା ମାନେ ପାଣି ନେଲା ପରେ ଅନ୍ୟକୁ ଦେଇ ହେବ ବୋଲି ରୋକ୍ ଠୋକ୍ ବାଣୀ ଶୁଣାଇ ଦେଉଛନ୍ତି। ଏଭଳି ଦୃଶ୍ୟ ଦେଖି ବି ଝରିଗୁମ୍ମା ଗ୍ରାମ ପଞ୍ଚାୟତ ପ୍ରତିନିଧି ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ନିଜେ ଗ୍ରାମ ର ନିଜ ୱାର୍ଡ ର ହୋଇଥିବା ବେଳେ ତାଙ୍କ ପରିବାର ମଧ୍ୟ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ, ବ୍ଲକ୍ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଯୋଗାଯୋଗ କରି ମରାମତି କରି ନ ପାରିବା, ଦୁର୍ଭାଗ୍ୟ ର ବିଷୟ ବୋଲି ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି।ଆଗକୁ ତୁହା କୁ ତୁହା ଅଗ୍ନି ବର୍ଷା ଖରା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ, ପାନୀୟ ଜଳ ଉତ୍କୃଟ ସମସ୍ୟା ହେବା ନିଶ୍ଚିତ। ଜନ ପ୍ରତିନିଧି ବିଭାଗୀୟ ଅଧିକାରୀ ମାନେ ବ୍ଲକ୍ ରେ କାର୍ଯ୍ୟାଳୟ ଖାଲି ବସି ନ ରହି ବିଭିନ୍ନ ଗ୍ରାମ ର ପାନୀୟ ଜଳ ସମସ୍ୟା ର ସମାଧାନ କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି। ବିରିଗୁଡା ଗ୍ରାମ ବାସୀ ହନୁ ପୁଜାରୀ, ଅର୍ଜୁନ ନାୟକ, ସିନ୍ଧୁ ସମରଥ,ଧନୁ ଭତ୍ରା, କମଳ ଲୋଚନ ନାୟକ, ରଘୁ ନାଥ ଭତ୍ରା, ଦେବ ବାଣୁଆ,, ସହଦେବ ସୌରା, ଖଗପତି ସୌରା, ବେଣୁ ଧର ସୌରା ପ୍ରମୁଖ ପିଇବା ପାଣି ଯୋଗାଇବାରେ ବିଫଳ ହେଲେ ଆନ୍ଦୋଳନ ହିଁ ବିକଳ୍ପ ବୋଲି କହନ୍ତି। ସରକାର ଙ୍କ ମେଗା ଜଳ ପ୍ରକଳ୍ପ ପାଣି କେବେ ପହଂଚିବ କେବେ ସ୍ଥାୟୀ ସମାଧାନ ହେବ? ।ଏ ବିଷୟ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇ ଙ୍କୁ ପଚାରି ବାରୁ ସେ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଯୋଗାଯୋଗ କରି ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କୃଷି ସେବା ସଂଘ ସଦସ୍ୟର ଚେତାବନୀ ଦାବି ପୂରଣ ନ ହେଲେ ୩୧ ଅଗଷ୍ଟ ରୁ ସାମୁହିକ ଛୁଟିରେ ଯିବେ 

masiha

ଭବାନୀପାଟଣାଠାରେ ଜିଲ୍ଲାପାଳ ଓ ଆରକ୍ଷି ଅଧୀକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!