ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ସୁରକ୍ଷା ନେଇ ଓଜେୟୁ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା ୨୨/୦୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖବର ସଂଗ୍ରହ ସମୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି କରାଯାଇଥିବା ବର୍ବରୋଚିତ ଆକ୍ରମଣ ଘଟଣାକୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ଥିବାବେଳେ ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ମଧ୍ୟ ଘୋର ନିନ୍ଦା କରିବା ସହିତ ପ୍ରତିବାଦରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଗତ ୨୦ ତାରିଖ ରବିବାର ଦିନ ଯାଜପୁର ଜିଲ୍ଲା ଵିଞ୍ଛାରପୁର ଅଂଚଳରେ ୪ ଜଣ ସାମ୍ବାଦିକଙ୍କୁ ଆକ୍ରମଣ ସହିତ ଅପହରଣ ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହିତ ଚଳିତ ମାସ ୧୬ ଓ ୧୮ ତାରିଖରେ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକର ଭୁସ୍କିମାଲ,କଟକ ଜିଲ୍ଲାର ସଦର ବ୍ଲକ,ଚାନ୍ଦବାଲି,ପୁରୀ ଜିଲ୍ଲାର କଣାସ ଓ ପିପିଲିରେ ଅଧିକାଂଶ ସାମ୍ବାଦିକଙ୍କୁ ବର୍ବରୋଚିତ ଆକ୍ରମଣ କରିବା ଓ ପୁଲିସର ନିଷ୍କ୍ରିୟତାକୁ ନେଇ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏହି ଘଟଣାର ପ୍ରତିବାଦରେ ଓଜେୟୁ କଳାହାଣ୍ଡି ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ଲକ୍ଷ୍ମଣ ସ୍ବାଇଁଙ୍କ ନେତୃତ୍ୱରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦଙ୍କ ଜରିଆରେ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି ପ୍ରତିନିଧି ଦଳରେ କଳାହାଣ୍ଡି ଜିଲ୍ଲା ଶାଖାର କୋଷାଧ୍ୟକ୍ଷ ଅଭିରାମ ପ୍ରସାଦ ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ନରେନ୍ଦ୍ର କୁମାର ଦାସ,ବିରଞ୍ଚି ନାରାୟଣ ଯୋଶୀ, ଶରତ ଚନ୍ଦ୍ର ସାହୁ,ସଞ୍ଜୟ ବେହେରା,ବିଶ୍ବଜିତ ମହାନ୍ତି,ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇ ଥିଲେ।

ପ୍ରଦୀପ କୁମାର ଗଉଡ,ମସୀହା ପ୍ରତିନିଧି।

Related posts

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କୁ ଚହକା ଓ ସିଆଲଯୋଡ଼ିରେ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ବିଜେପିର ମଣ୍ଡଳ ସ୍ଥରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏଇତ ଜୀବନ

Sunil Chandra Nayak

Leave a Comment

error: Content is protected !!