ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି : ୨୦ ବର୍ଷ ପରେ ନିଜ ମତାଧିକାର ସାବ୍ୟସ୍ତ କଲେ ନିୟମଗିରି ବାସିନ୍ଦା ! ମାଓଗଡ ରେ ହେଲା ନିର୍ବାଚନ…

ମାଓ ପ୍ରବଣ ଅଂଚଳ ରେ ନିର୍ବାଚନ ଅଧିକାରୀ ଙ୍କ ଉପସ୍ଥିତି ରେ ପଡିଲା ଭୋଟ

ଲାଞ୍ଜିଗଡ ବ୍ଲକର ଅତି ସମ୍ବେଦନ ଶୀଳ ୧୧ଗୋଟି ବୁଥ୍ ତ୍ରିଲୋଚନ ପୁର ରେ ଦୀର୍ଘ ୨୦ ବର୍ଷ ପରେ ନିଜ ନିଜ ମତ ସାବ୍ୟସ୍ତ କରିଚନ୍ତି ନିୟମଗିରି ବାସି । ଗଣତନ୍ତ୍ର ଫେରିଛି ମାଓ ଅଂଚଳ କୁ ଏବେ ଆଉ ବୁଲେଟ ନୁହଁ ବେଲଟ ପେପେର ରେ ନିଜ ଅଧିକାର ସାବ୍ୟସ୍ତ କରୁଛନ୍ତି ଡ଼ଙ୍ଗରିଆ ଓ ଝରଣିଆ ଆଦିବାସୀ ।ଆଜି ନିର୍ଵାଚନ ଅଧିକାରୀ, ସେକ୍ଟର ଅଫିସର ପୁଲିସ ପ୍ରଶାସନ ଉପସ୍ଥିତି ରେ ଭୋଟ ଗ୍ରହଣ ଚାଲିଛି ।

କଳାହାଣ୍ଡି ଜିଲ୍ଲା ମାଓଗଡ଼ ଭାବରେ ପରିଚିତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ଦୀର୍ଘ ୨୦ ବର୍ଷ ପରେ ନିଜ ମତ ସାବ୍ୟସ୍ତ କରିଚନ୍ତି ନିୟମଗିରିବାସୀ। ଅଧିକ ପଢ଼ନ୍ତୁ …..

କଳାହାଣ୍ଡି: ମାଓଗଡ଼ରେ ମତଦାନ କଲେ ଆଦିବାସୀ। କଳାହାଣ୍ଡି ଜିଲ୍ଲା ମାଓଗଡ଼ଭାବରେ ପରିଚିତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ଦୀର୍ଘ ୨୦ ବର୍ଷ ପରେ ନିଜ ମତ ସାବ୍ୟସ୍ତ କରିଛନ୍ତି ନିୟମଗିରିବାସୀ।

ଦୀର୍ଘ ୨୦ବର୍ଷ ପରେ ମାଓଗଡ଼ରେ ଚାଲିଛି ପଞ୍ଚାୟତ ନିର୍ବାଚନମାଓ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଡ଼ଙ୍ଗରିଆ ଓ ଝରଣିଆ ଆଦିବାସୀ ବାଲାଟ ପେପରରେ ନିଜ ପସନ୍ଦର ପ୍ରାର୍ଥୀ ଚୟନ କରୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୧୧ଟି ବୁଥରେ ମତଦାନ ଚାଲୁଛି। ସମୂଦାୟ ୧୨୦୦ ଭୋଟର ଶାନ୍ତି ଶୃଙ୍ଖଳା ସହ ନିଜର ମତ ସାବ୍ୟସ୍ତ କରୁଛନ୍ତି। ତ୍ରିଲୋଚନପୁର ପଞ୍ଚାୟତରେ ନିର୍ବାଚନ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ମତଦାନ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ

Related posts

ବିଭିନ୍ନ ଦାବୀ କୁ ଅଣଦେଖା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ତିନି ସଂଗଠନ ତରଫରୁ ଗଣ ଧାରଣା ନୋଟିସ

Sunil Chandra Nayak

ଜର୍ଣ୍ଣାଲିଷ୍ଟ ଆସୋସିଏସନର ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ନାୟିକା ର ନାଁ ବର୍ଷା

Leave a Comment

error: Content is protected !!