ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜୟ କୁମାର ମିଶ୍ର  ଙ୍କ କବିତା = ବିଜୁ ବାବୁଙ୍କ ସ୍ମୃତିରେ

 ବିଜୁ ବାବୁଙ୍କ ସ୍ମୃତିରେ

    ଜୟ କୁମାର ମିଶ୍ର 

ଆଜି ପାଞ୍ଚ ତାରିଖ, ମାର୍ଚ୍ଚ ମାସ ଅଟେ 
ବିଜୁବାବୁ ଜନ୍ମ ଦିନ, 
ପ୍ରବାଦ ପୁରୁଷ, ଉତ୍କଳର ଯଶ 
ଜୀବନ ତାଙ୍କରି ଧନ୍ୟ ll(1)
ବିମାନ ଚାଳକ, ଗାରିମାର ଟେକ
ଜଣେ ଶିଳ୍ପପତି ବନ୍ଧୁ, 
ଦରଦୀ ହୃଦୟ, ମାଟି ପାଇଁ ଲୟ 
ଆନ୍ତର କରୁଣା ସିନ୍ଧୁ ll(2)
କଳିଙ୍ଗର ବୀର, ସୁକ୍ଷାତି ଅପାର 
ଗଙ୍ଗାଠାରୁ ଗୋଦାବରୀ,
ଇତିହାସ ଯାର, ସୁବର୍ଣ୍ଣ ସ୍ଵାକ୍ଷର 
ଅଜର ଅମର ଶିରୀ ll (3)
ସମ୍ମାନର ବାସ,ପାଇ ତା ପରସ 
ପୁଲ୍ଲକିତ ତନୁମନ, 
ସେହି ତ ଗରବ, ସେଇ ଆମ ଦମ୍ଭ 
ସେଇ ପ୍ରେରଣାର ଧ୍ୟାନ ll(4)
ତାଙ୍କ ଅବଦାନ, କରିଛି ମହାନ 
ଶିଳ୍ପ, କାରିଗରୀ ପଥେ, 
ଶିକ୍ଷା ଅନୁଷ୍ଠାନ, ଅନେକ ଆସ୍ଥାନ 
ଗଢ଼ା ତାଙ୍କ ଦସ୍ତଖତେ ll(5)
ହୋଇ ମୁଖ୍ୟମନ୍ତ୍ରୀ, ମାଆ ମାଟି ପ୍ରୀତି 
ଜାଗରିତ ନିରନ୍ତରେ, 
ସଂସ୍କୃତି, ସଂସ୍କାର, କେତେ ଯେ ସମ୍ଭାର 
ଆଜି ଵି ବିଜୁଙ୍କୁ ଝୁରେ ll(6)
କୃଷିର ପ୍ରଗତି, ପାଇଁ ନିତି ଚିନ୍ତି 
ଜଳ ସେଚନକୁ ଧ୍ୟାନ 
ହୋଇଲା ଯୋଜନା, ହୋଇଲା କଳ୍ପନା 
ଲଗାଇ ପୁଞ୍ଜି ଓ ଜ୍ଞାନ ll(7)
ଗରିବ କଲ୍ୟାଣ, ଯୋଜନାଟି ପୁଣ
ନିର୍ଦେଶେ କରିଲା ଗତି, 
କେତେ ବେକାରିଆ,ହେଲେ ଚାକିରୀ ଆ 
ଏବେ ଵି ଝୁରୁଛି ମତି ll(8)
କେନ୍ଦ୍ର ଓ ରାଜ୍ୟର, ହୋଇ ସୂତ୍ର ଧର 
ପ୍ରଗତି ରଥକୁ ବାହି
ନବ ଉତ୍କଳର, ନବ କଳେବର 
ରୂପ ଛାଞ୍ଚ କଲେ ସେହି ll(9)
ଆହେ ପୂଜ୍ୟ ପିତା, ଉତ୍କଳର ନେତା 
ତୁମେ ତ ମଉଡମଣୀ, 
ତୁମେ ଅଦ୍ବିତୀୟ, ତୁମେ ପରା ଶ୍ରେୟ 
ଝୁରେ ଆଜି ମାଟି, ପାଣି ll(10)
ନୀଳ ଆକାଶଟି, ନୀଳିମା ଚହଟି 
ନିରେଖି ନିରେଖି ଦେଖେ, 
ଦେଖୁଚି ବିମାନ, ଖୋଜୁଅଛି ମନ 
ତୁମ ସ୍ମୃତି ସ୍ମୃରେ ଦୁଃଖେ ll(11)
ମାଟି ଧୂଳି କଣା, ମୋହଦଧି ବଣା 
ତରଙ୍ଗ ଲହରୀ ମାଳା, 
ଖୋଜେ ବାରବାଟି,ବାଲି ଯାତ ମାଟି 
ନୀରବ ଅଧିରେ ଭୋଳା ll(12)
ଖୋଜେ ନିତି ଦିନ,ହୋଇ ସେ ମଉନ
ସଚିବାଳୟର ସୌଧ, 
ଖୋଜଇ ଡାକୋଟା, ତା କପାଳ ଫଟା 
ଗୁଣି ଗୁଣ ରୂପ ନାଦ ll(13)
ତୁମେ ତ, ନିର୍ଭୀକ, ସଂକଳ୍ପକକୁ ରଖ 
ସତ୍ୟ ଓ ନିଷ୍ଠୁରେ ବୀର, 
କଥା ଆଉ କାମ, ଅନ୍ତରର ପ୍ରେମ 
ଦେଲା ମହାପୁରଷ, ବର ll(14)
କି ଗୁଣ ଗାଇବି, କି ଅବା କହିବି 
ମୁଁ ଅଜ୍ଞ ମୁରୁଖ ଟିଏ,
ଉଭା ପୋତା ହୋଇ, ରହି ଅଛି ଯହିଁ 
ହେବନି ଶେଷଟି ସିଏ ll15)
ଜନ୍ମ ଜୟନ୍ତୀରେ, ପ୍ରଣିପାତ କରେ 
ଦିଅ ମୋତେ ଆଶୀର୍ବାଦ, 
ପାଦ ଧୂଳି ରେଣୁ, ଅଣୁ, ପରମାଣୁ 
ଦେଉ ସୌଭାଗ୍ୟର ଚାନ୍ଦ ll(16)

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206

Related posts

ଧର୍ମରାଜ ପ୍ରଧାନ ଙ୍କ କବିତା l l  ପ୍ରଭୁ ନିରପେକ୍ଷ l l

Sunil Chandra Nayak

ଦେବୀ ପ୍ରସାଦ ମିଶ୍ର ଙ୍କ କବିତା = ଗୋଟିଏ ସନେଟ୍ ନାରୀ ପାଇଁ

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

Leave a Comment

error: Content is protected !!