ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସ୍ୱାଗତିକା ସାହୁ ଙ୍କ କବିତା = କଳିଙ୍ଗ ଷଣ୍ଡ

  କଳିଙ୍ଗ ଷଣ୍ଡ

     ସ୍ୱାଗତିକା ସାହୁ

ହେ ବୀର ପୁଙ୍ଗଵ ବିସ୍ମୟ ପୁରୁଷ
ଉତ୍କଳ ଝୁରେ ତବ ନିରୁତା ବିଶ୍ୱାସ ପଣେ
ଶତାବ୍ଦୀରେ ମହା ଜନ ନାୟକ
କଳିଙ୍ଗ ଷଣ୍ଡ,ମାନବବାଦୀର ସମ୍ମିଳନୀ ଗଡ଼
ବରେଣ୍ୟ ପ୍ରବାଦ ପୁରୁଷ ଏ ଧରା ବକ୍ଷର
ସଂସାର ଚଳାଇବାର ସମ୍ପୂର୍ଣ୍ଣ ଗଣିତ
ଶୁଭେ ତୁମ ଶଙ୍ଖ ଧ୍ୱନୀରେ..
ଉଣେଇଶ ଷୋହଳ ଖ୍ରୀଷ୍ଟାବ୍ଦରେ
ଜ୍ୟେଷ୍ଠ ପୁତ୍ର ରୂପେ ପ୍ରେମା ପଟ୍ଟନାୟଙ୍କ
କୋଳାଗ୍ରତ କଲେ ମର୍ଚ୍ଚ ପାଞ୍ଚ ତାରିଖରେ
କଟକର ତୁଳସୀପୁର ଠାରେ
ମାତା ଆଶାଦେବୀଙ୍କ ସନ୍ତକ
ପ୍ରତିହୃଦ ଆନ୍ଦୋଳିତ ତାଙ୍କ ଅବିସ୍ମରଣୀୟ
ସ୍ମୃତି ସମ୍ଭାରର ବୀର୍ଯ୍ୟ କୀର୍ତ୍ତିରେ
ଆଲୋକର ପୁଲକ ବହୁ ଗୁଣ ଧାରି
ଭୂମି ରୁ ଭୁମା ତାଙ୍କ ଦେଶଭକ୍ତି ଅଜୟ
ଭୂମିଶିଷ୍ୟ ଓଡ଼ିଆ ଜାତିର କର୍ଣ୍ଣଧାର
ହେ ଅପରାଜୟ ଅଜାତଶତ୍ରୁ
ଲକ୍ଷ ସ୍ୱତନ୍ତ୍ର ଓଡ଼ିଶାର ନବ ନିର୍ମାଣ
ବିଜୁ ପକ୍କା ଘର ପାଇଁ ହସେ ବାସହୀନ
ଉତ୍କଳ ନାରୀ ସମ୍ମାନ ଓ ଅଧିକାର ନିମନ୍ତେ
୩୩%ସିଟ କଲେ ସଂରକ୍ଷଣ
ଆଲୋକ ବର୍ତ୍ତିକା ସାଜି ଚୌଦ୍ୱାର ଶିଳ୍ପ
କଳିଙ୍ଗ ଆଇରନ, ରେଫିଜେସନ
କଳିଙ୍ଗ ଏୟାର, ଇଂଜିନିୟରିଂ କଲେଜ
କଳିଙ୍ଗ ପୁରସ୍କାର.
ଆଙ୍କିଲ ପାରାଦ୍ୱୀପ,ସୁନାବେଡା
କେତେ ନଦୀ ବନ୍ଧ…
ସମୃଦ୍ଧିର ସ୍ବପ୍ନ ଚିତ୍ର ଆଜିବି ଦାଗ
ସୃଷ୍ଟିକର୍ତ୍ତା ସାଜିଛନ୍ତି କୋଟି ଓଡ଼ିଆଙ୍କ ପ୍ରାଣତନ୍ତ୍ରେ
ଆଜି ଉତ୍କଳ ଇତିହାସରେ ସୀମିତ ନୁହେଁ
ବିଶ୍ୱ ଦରବାର ମୂକସାକ୍ଷୀ 
କଳିଙ୍ଗ ଆକାଶର କଳିଙ୍ଗ ଭୂଖଣ୍ଡେ
ତୁମ ସ୍ମୃତି ସନ୍ତକ ହେ ଚକ୍ର କବାଟ
ହେ ସମୃଦ୍ଧିର ମହାନାୟକ

ଉମରକୋଟ,ନବରଙ୍ଗପୁର

Related posts

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା // ପ୍ରିୟା ତୁମେ ଚାଲିଗଲ

Sunil Chandra Nayak

ସିତନ୍ସୁ ଜେନା ଙ୍କ କବିତା = ଚନ୍ଦନ ଚନ୍ଦନ

ପ୍ରିୟରଞ୍ଜନ ମୁଣ୍ଡ ଙ୍କ କବିତା = ବିଭୀଷିକା

Leave a Comment

error: Content is protected !!