ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ କୁଲୁଘୁଟୁ ପଞ୍ଚାୟତ ପୁରସ୍କୃତ

ମୟୂରଭଞ୍ଜ,୫/୩: (ମସିହା) ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଦିବସ ପାଳନ ଅବସରରେ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାଉନ ପାଇଁ ଝାରଖଣ୍ଡ ପ୍ରଦେଶର ସୀମାନ୍ତକୁ ଲାଗି ରହିଥିବା ତିରିଂ ବ୍ଲକର କୁଲୁଘୁଟୁ ପଂଚାୟତକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ବାରିପଦାଠାରେ ପୁରସ୍କୃତ କରାଯାଇଛି l ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାରଙ୍କ ଉପସ୍ଥିତିରେ ଉକ୍ତ ପୁରସ୍କାର ବାବଦକୁ ମାନପତ୍ର ସହିତ ଏକ ଲକ୍ଷ ଟଙ୍କାର ଚେକ କୁଲୁଘୁଟୁ ସରପଞ୍ଚ ଗୁରୁବାରୀ ପୂର୍ତ୍ତିଙ୍କୁ ପ୍ରଦାନ କରାଯାଇଛି l ସାମାଜିକ ସେବା ନିମନ୍ତେ ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ପଞ୍ଚାୟତ ରୂପେ ପୁରସ୍କୃତ ହୋଇଥିବାରୁ ଏଠାକାର ସରପଞ୍ଚ ଗୁରୁବାରୀଙ୍କୁ ତିରିଂ ଅଞ୍ଚଳର ବିଜେଡ଼ି ନେତା ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ସଭ୍ୟ ଜଲେନ ବାର୍ଦା, ତିରିଂ ଚେୟାରମ୍ୟାନ ପରମେଶ୍ୱର ସାମାଡ଼, ଭାଇସ ଚେୟାରମ୍ୟାନ ପୂର୍ଣ୍ଣିମା ଗାଗରାଇ, ଯୁବ ସାମାଜିକ କର୍ମୀ ବାବୁଲୁ ପୂର୍ତ୍ତି ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରିଜର୍ଭ ପଡିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

କଟକ ସଦର କିଶୋରନଗର ଅଂଚଳରେ ଦେବାର କଳା କାର୍ଯ୍ଯକ୍ରମ ଅନୁଷ୍ଟିତ 

masiha

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ପେନସନ ପ୍ରଦାନ

masiha

Leave a Comment

error: Content is protected !!