ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶୋଷିଆରେ ଦୋଳଯାତ୍ରା ଆରମ୍ଭ

ଗୋଳାମୁଣ୍ଡା( ମସିହା) ପ୍ରତିବର୍ଷ ଫାଲଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ହୋଲି ଉତ୍ସବ ପାଳିତ ହୁଏ।ତେବେ ଚଳିତ ବର୍ଷ ମଧ୍ୟ ସେହି ରୀତିନୀତି ଢଙ୍ଗରେ ପ୍ରତି ଗ୍ରାମ ମାନଙ୍କରେ ଆରମ୍ଭ ହୋଇଯାଇଛି। ସେହିଭଳି ଗୋଳାମୁଣ୍ଡା ବ୍ଲକ ଅଧିନ ଶୋଷିଆ ଗ୍ରାମରେ ଶୁକ୍ଳପକ୍ଷ ଏକାଦଶୀ ତିଥି ଠାରୁ ଗ୍ରାମର ୫୫ତମ ବର୍ଷ ଉପଲକ୍ଷେ ଦୋଳଯାତ୍ରା ଆରମ୍ଭ ହୋଯାଇଛି। ଏହି ଅବସରରେ ଗ୍ରାମର ଲୋକେ ରାଧାକୃଷ୍ଣ ଙ୍କୁ ବିମାନରେ ବସାଇ ଘର ଘର ପୂଜା କରିବା ନିମନ୍ତେ ଭ୍ରମଣ କରୁଛନ୍ତି।ତେବେ ସେନେଇ ଗ୍ରାମର ସଂକୀର୍ତ୍ତନ ଦଳ ସହ ଘଣ୍ଟ ଶଙ୍ଖ ଧ୍ୱନୀରେ ଗ୍ରାମ ଏବେ ଉଠୁଛି ପଡୁଛି। ତେବେ ଏହି ଅବସରରେ ଶୋଷିଆ ଗ୍ରାମରେ ପୂର୍ବରୁ ପାଳନ କରି ଆସିଥିବା ଛତର ଯାତ୍ରା କଳାହାଣ୍ଡି ଜିଲ୍ଲାର ଏକ ନିଆରା ପରମ୍ପରା ।ଯାହାକି ମାଁ ଦୁର୍ଗା ଓ ମାଁମଙ୍ଗଳା ଙ୍କୁ ପୂଜା କରାଯାଉଛି। ଯାହାକି ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ ହେଉଥିବା ବେଳେ ବହୁ ଆଡମ୍ବରରେ ପାଳିତ ହେଉଛି। ତେବେ ଛତର ଯାତ୍ରାର ପୂଜକ ଭାବେ ଜିତେନ୍ଦ୍ର କୁମାର ନେଗି,ଶଶୀ ଭୂଷଣ ଯୋଶୀ, ଶିବ ପ୍ରସାଦ, ବାରିକ ପୂଜାର୍ଚ୍ଚନା କରିଥିବା ବେଳେ ମାଁ ଦୁର୍ଗା ଓ ମାଁ ମଙ୍ଗଳା ପୂଜା ପାଇଥାନ୍ତି।ପୂଜାର୍ଚ୍ଚନା ସରିଲା ପରେ ସେହି ରୂପରେ ପୀଠରୁ ଦେବୀ ପ୍ରକୋପ ହୁଅନ୍ତି।ଆଉ ସେହିଠୁ ହିଁ ସ୍ଥାନୀୟ ଲୋକଙ୍କ ସମାଗମରେ ବାହାରିଥାଏ। ଏହି କାର୍ଯ୍ୟ ସମାପନ ପରେ ପୁଣି ରାତ୍ରି କାଳୀନ ନାଟକ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ଦିନରେ ନାଟକ ପତିକୁ ଛୁଇଁଲେ ପାପ ନାଟକ ପରିବେଷଣ ହୋଇଥିଲା। ସେହିଭଳି ଗ୍ରାମରେ ଯାତ୍ରା ଅନୁଷ୍ଠିତ ହେଉଥିବା ବେଲେ ସେହି ପାଞ୍ଚ ଦିନ ମଧ୍ୟରେ ଦୈନିକ ପ୍ରଥମେ ଦିନ ୨ଟାରୁ ରାଧାକୃଷ୍ଣଙ୍କୁ ବିମାନ ଝୁଲଣ କରି ଘର ଘର ଭ୍ରମଣ କରିବା ତାହା ସମାପ୍ତ ପରେ ରାତ୍ରିରେ ଛତରପୂଜା କରିବା ପରେ ପରେ ରାତ୍ରିକାଳୀନ ନାଟକ ଅନୁଷ୍ଠିତ ହେଉଥିବା କମିଟି ପକ୍ଷରୁ କୁହାଯାଇଛି।ତେବେ ଏଭଳି କାର୍ଯ୍ୟକ୍ରମ ପୂର୍ବରୁ ଚାଲି ଆସୁଥିବା ବେଳେ ଶୋଷିଆ ଗ୍ରାମ ଫଗୁଯାତ୍ରା ପାଇଁ କଳାହାଣ୍ଡି ପ୍ରସିଦ୍ଧ ଓ ତାହା ଦୀର୍ଘ ୫୫ବର୍ଷ ଧରି ପାଳିତ ହୋଇ ଆସୁଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ପ୍ରଥମଦିନର ନାଟକ ଶୋଷିଆ ଆଞ୍ଚଳିକ ଯାତ୍ରା ଜଗତର ହାଷ୍ୟ ଅଭିନେତା ନକ୍ଷତ୍ର ଭୂଷଣ ଯୋଶୀଙ୍କ ସହଯୋଗରେ ନାଟକ ପରିବେଷଣ କରିଥିଲେ । ତେବେ ତାହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ସହ ସହ ଦର୍ଶକ ଉପଭୋଗ କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

 

Related posts

ଧର୍ମଗଡ଼ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ

masiha

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

କୁଟେନ୍ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!