ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା/ ଅଗ୍ରଣୀ ମହିଳା ଅନୁଷ୍ଠାନ ଲେଡି ଲାୟନ ତରଫରୁ ଆସନ୍ତା ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହାତୋଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂଜୀବ ମହାନ୍ତି, ପରଭେଜ ଅରୋରା, ଅଶୋକ କକ୍କଡ, ବିଜୟ ସୁନ୍ଦରରାୟ, ଦେବେନ୍ଦ୍ର ମହାରଣା, ଅମ୍ରିତା ନିଲମ ପ୍ରମୁଖ ଯୋଗଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଇନ୍ଦିରା ନାୟକ, ବାସନ୍ତୀ ମହାରଣା, ଗ୍ରେସୀ ଡେଭିଡ, ସୋନାଲ ପ୍ରଧାନ, ଅଞ୍ଜୁ କକ୍କଡ, ଇପ୍ସିତା ବିଶ୍ବାଳ, ବିଶ୍ବଜିତ ରାଉତ, ଲକ୍ଷ୍ମୀ ମିଶ୍ର ପ୍ରମୁଖ ଦାୟିତ୍ବ ନିର୍ବାହ କରିଥିଲେ । ପ୍ରତିଯୋଗିତା ଗୁଡିକ ମଧ୍ୟରେ ମେହେନ୍ଦୀ ରେ ୨୦, ଶଙ୍ଖ ଫୁଙ୍କା ରେ ୨୦, ଝୋଟି ରେ ୧୦ ଓ ରୋଷେଇ ରେ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଆସନ୍ତା ମହିଳା ଦିବସରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ କାର୍ମିଲା ମାହାତୋ, ଝୁନୁ ନାୟକ, ମାୟା ବିଷ୍ଟ, ମିତାଲି, ପ୍ରତିମା ତଥା ସମସ୍ତ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମାନବିକତାର ପରିଚୟ ଦେଲା “ବିନ୍ଦୁମିନା ସେବା ଫାଉଣ୍ଡେସନ”: ଭୁବନେଶ୍ୱରରୁ ଗାଁକୁ ଫେରିଲା ମହିଳାଙ୍କ ମୃତଦେହ

Sunil Chandra Nayak

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

masiha

ଚିଲିଗୁଡା ୟୁ ପି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

Leave a Comment

error: Content is protected !!