ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦୋଳ ପୂର୍ଣ୍ଣିମା ପାଳନ

ନୂଆପଡା // , ନୂଆପଡା ଜିଲ୍ଲା ବୋଡେନ ବ୍ଳକ ର ପାତାଳଗଂଗା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଦୋଳ ଉତ୍ସବ ଧୁମଧାମରେ ପାଳନ ହୋଇଯାଇଛି । ଏହି ଦୋଳ ଉତ୍ସବ ରେ ନୁଆପଡା ଜିଲ୍ଲା ର ବରିଷ୍ଠ ପଦାଧିକାରୀ ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତା ମାନକଂ ବ୍ୟତୀତ ଜିଲ୍ଲା ର ବିଭିନ୍ନ ଅଂଚଳର ଯାଦବ ବନ୍ଧୁ,ମହିଳା ଓ ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ । ଚକ୍ରଧର ନିଆଲ ଓ ତାକଂ ସହଧର୍ମିଣୀ ଗୀତାଞ୍ଜଳି ନିଆଲ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ପୁଜାର୍ଚନା ପରେ ରାଧାକୃଷ୍ଣ କୁଂ ମନ୍ଦିର ବେଢା ପରିକ୍ରମା କରାଇବା ପରେ ଦୋଳି ରେ ସ୍ଥାପନ କରାଯାଇ ଥିଲା ଓ ରାଧାକୃଷ୍ଣଙ୍କ ଦୋଲି ଖେଲ ଆରମ୍ଭ ହୋଇଥିଲା । ଦୋଳି ଖେଲ ସହିତ ରାଧାକୃଷ୍ଣ ଙ୍କୁ ରଂଗ ଅବିର ଅର୍ପଣ କରିବା ପରେ ସମସ୍ତେ ନିଜ ନିଜ ଭିତରେ ଫଗୁ ଖେଲି ଦୋଳ ଉତ୍ସବ ପାଳନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କିର୍ତନ ମଣ୍ଡଳୀ ସହିତ ବିଭିନ୍ନ ଦେବାଦେବୀ ମନ୍ଦିର ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଦୋଳ ଉତ୍ସବ ଓ ମନ୍ଦିର ପରିଭ୍ରମଣ କାର୍ଯ୍ୟକ୍ରମ ରେ ଉତ୍କଳ ଯାଦବ ମହାସଭା ର ମହା ସଚିବ ଲମ୍ବୋଦର ନିଆଲ, ନୁଆପଡା ଜିଲ୍ଲା ଯାଦବ ସମାଜ ର ମହିଳା ସଭାନେତ୍ରୀ ମମତା ମଞରୀ ଥପା, ଜିଲ୍ଲା ସମ୍ପାଦକ ତ୍ରିନାଥ ପୁଞ୍ଜି, ଉପଦେଷ୍ଟା ସତ୍ଯବ୍ରତ ଗହିର, ତ୍ରିଲୋଚନ ନାଗ, କିର୍ତନ ପୋଡ, ରାଜୁ ହେର୍ଣା ମଣ୍ଟୁ ନିଆଲ ସନ୍ତୋଷ ନିଆଲ ସୁରେଶ ବାଗ ଦିଲେଶ୍ୱର ନିଆଲ, ଯୁଧିଷ୍ଠିର ସଗରିଆ,ଗୋକୁଳ ଭୋଇ,ଚୁଡାମଣି ପୋଡ, ଦୟା ଥପା, ଦିଲିପ ଜାଲ, ଗଣ୍ଡା ରାମ ନିଆଲ, ଫାଲ୍ଗୁନୀ ନିଆଲ, ରିଖିରାମ କାଣ୍ଡ, ଓ ଅନ୍ଯାନ୍ଯ ବରିଷ୍ଠ ଯାଦବ କର୍ମକର୍ତ୍ତାଗଣ ଅଂଶ ଗ୍ରହଣ କରିଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ଶ୍ରଦ୍ଧା ଓ ଭକ୍ତିର ସହିତ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ପୋଖରା ଗ୍ରାମରେ ମାଁ ଠାକୁରାଣୀ ଙ୍କ ବଡ ବୋଲେନ୍ ଯାତ୍ରା ଅନୁଷ୍ଠିତ

ଆଜିଠାରୁ ବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରା, ୧୧ ଦିନ ଧରି ଚାଲିବ କଂସଙ୍କ ରାଜୁତି

Sunil Chandra Nayak

Leave a Comment

error: Content is protected !!