ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ ଶୁଭାରମ୍ଭ 

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ ଶୁଭାରମ୍ଭ 

 ମୟୂରଭଞ୍ଜ -୩୦/୦୪ //  ଆଜି ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥି ପବିତ୍ର ଅକ୍ଷୟ ତୃତୀୟା । ଉତ୍କଳୀୟ ଙ୍କ ବାରମାସର ତେର ପର୍ବ ମଧ୍ୟରେ ଅକ୍ଷୟ ତୃତୀୟା ଏକ ଅନନ୍ୟ ପର୍ବ ଅଟେ ।ଏହି ଦିନ ବହୁତ ମଙ୍ଗଳମୟ ଦିନ ଅଟେ ।ଏହି ଅବସରରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥ କମିଟି ତରଫରୁ ୩୪ ତମ ରଥକାଠ ଅନୁକୂଳ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଆଜି ଜଗନ୍ନାଥ ମନ୍ଦିରରେ ସୁପ୍ରଭାତ ରେ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ରଙ୍କ ଦ୍ଵାରା ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକଙ୍କ ଦ୍ୱାରା ସୂର୍ଯ୍ୟ ପୂଜା,ଗୋ ପୂଜା,ରସ ହୋମ, ଦ୍ଵାରପାଳ,ପତକା ଲାଗି, ମନ୍ଦିର ରଥକାଠ ଅନୁକୂଳର ଆଜ୍ଞାମାଳା ବିଜେ ,ଚନ୍ଦନ ଲାଗି,ବରୁଣ ପୂଜା, ବିଶ୍ଵକର୍ମା ବରଣ, ଇନ୍ଦ୍ର ପୂଜା,,ରଥକାଠ ନିହାଣି ସ୍ପର୍ଶ,ବିଶେଷ ହୋମ ଯଜ୍ଞ ଆଦି ପୂଜନ ଠାକୁରଙ୍କ ରୀତିନୀତି ଅନୁସାରେ ପୂଜନ ଅନୁଷ୍ଠିତ ହୋଇଥିଲା । ମହାରଣା ମଧୁ ନାଏକ କୁରାଢ଼ିରେ ରଥକାଷ୍ଠ ଛେଦନ ମାରି ରଥ କାଠ ନିର୍ମାଣର ଶୁଭାରମ୍ଭ ପାଇଁ ଅନୁମତି ନେଇଥିଲେ । ପୂଜନରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ପୂଜାରେ କର୍ତ୍ତା ଦାୟିତ୍ଵ ନିଭାଇଥିବାବେଳେ,ଡାହୁକ କୃଷ୍ଣ ବିହାରୀ ମହାନ୍ତି, ସାମାଜିକ କର୍ମୀ ନବୀନ ରାମ, ରଥ କମିଟି ସଦସ୍ୟ ମନୋରଞ୍ଜନ ମହାନ୍ତିଙ୍କ ସମେତ ଵହୁ ଜଗନ୍ନାଥ ଭକ୍ତ ଉପସ୍ଥିତ ରହିଥିଲେ । ମନ୍ଦିର ଚୂଳୟେ ନୂତନ ପତକା ଲଗା ଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଓଡ଼ିଶା ଡ୍ରାଇଭର ମହାସଂଘ, ଲକ୍ଷ୍ମୀପ୍ରସାଦ ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

masiha

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ଠାକୁରାଣୀ ଯାତ୍ରା

Sunil Chandra Nayak

ତିର୍ତୋଲ ବ୍ଲକ ପରିସରରେ ବଜରଙ୍ଗ ଵାଲୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!