ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା/ ଇସ୍ପାତ ନଗରୀ ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୁଡିକରେ ଅତିଥିମାନେ ନିଜ ବକ୍ତବ୍ଯରେ ମହିଳାଙ୍କୁ ମାଟି ପରି ସଶକ୍ତ ଓ ଆକାଶ ପରି ବ୍ୟାପ୍ତ ହେବା ପାଇଁ ଆହ୍ବାନ ଦେବାସହ ସମ୍ମାନବୋଧ ଓ ଆତ୍ମବିଶ୍ବାସ ଉପରେ ଗୁରୁତ୍ବାରୋପ କରିଥିଲେ । ସଂପ୍ରତି ମହିଳାମାନେ ନିଜର ବିଶ୍ବାସନୀୟତା ଓ କର୍ମପ୍ରତି ପ୍ରତିବଦ୍ଧତା ଯୋଗୁଁ ସବୁସ୍ଥାନରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଥିବା ବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିପାରିଛନ୍ତି । ଏହା ସହ ଅତିଥିମାନେ ମହିଳାଙ୍କ ସ୍ବାଭିମାନ,ଆତ୍ମବିକାଶ,ଆର୍ଥିକ ବିକାଶ, ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ ।

 ଓଡିଶା ଥିଏଟର ଏକାଡ଼େମୀ ଓ ପରିଚୟ:-

ଓଡିଶା ଥିଏଟର ଏକାଡ଼େମୀ ଓ ନାଟ୍ଯାନୁଷ୍ଠାନ ପରିଚୟ ର ମିଳିତ ଆନୁକୂଲ୍ୟରେ ଆଦର୍ଶ ସାହିତ୍ୟ ଘର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ଡଃ ସମର ମୁଦାଲିଙ୍କ ସଭାପତିତ୍ବ ଓ ପରିଚୟ ର ସଂପାଦକ ପଞ୍ଚାନନ ପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ, ପ୍ରଫେସର ଡଃ କିଶୋରୀ ଦାଶ, ଅଧ୍ୟାପିକା ଡଃ ସୁଚିତ୍ରା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ଯ ରଖିବା ସହ ବିଭିନ୍ନ କ୍ଷେତ୍ର ଯଥା ସଂଗୀତ, ନାଟକ, ନୃତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୩୪ ଜଣଙ୍କୁ ମହିଳାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜ୍ୟୋସ୍ନାରାଣୀ ସାହୁଙ୍କ ମଂଚ ସଂଯୋଜନାରେ ସର୍ବଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ବଳ, ସୁରେନ୍ଦ୍ର ପାଢୀ, ପ୍ରଭାକର ପାତ୍ର, ପଲ୍ଲବ ଚାଟାର୍ଜୀ, ଦେବସ୍ମିତା କୁଣ୍ଡୁ, ପୂଜା ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ପ୍ରଫୁଲ୍ଲଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

  ହାପି ମୋମେଣ୍ଟସ ଓ ଆଇବିଡବ୍ଲୁଏ:-

ହାପି ମୋମେଣ୍ଟସ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପଣ୍ଡା ଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏନଆଇଟି ର ରେଜିଷ୍ଟାର ରୋହନ ଧୀମାନୀ, ସମାଜସେବୀ କୁମାର ବେହେରା,କମଲ ଅଗ୍ରୱାଲ, ଅଶୋକ କକ୍କଡ, ରିଶି ଆର୍ଯ୍ୟ ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ୬ ଟି ରାଜ୍ୟରୁ ଆସିଥିବା ବିଶିଷ୍ଟ ମହିଳା ଓ ସହରର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪୪ଜଣ ମହିଳାଙ୍କୁ ମାନପତ୍ର, ମୋମେଣ୍ଟୋ, ଉପଢୌକନ ଓ ପୁଷ୍ପଗୁଛ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଏଲିନା ମହାନ୍ତି, ମିତା ପ୍ରଧାନ ପ୍ରମୁଖ କବିତା ପାଠ କରିଥିବା ବେଳେ ଅନ୍ୟମାନେ ନୃତ୍ୟ, ସଂଗୀତ, ମଡେଲିଂ ଆଦି ପ୍ରଦର୍ଶିତ କରାଯାଇଥିଲା । ସମାଜସେବୀ ଅନିତା ଅଗ୍ରୱାଲ ଓ ସନ୍ଥମା ପିଲାଇଙ୍କୁ ତାଙ୍କ ଅବଦାନ ପାଇଁ ଜୀବନବ୍ୟାପୀ ସାଧନା ପୁରସ୍କାର ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଦୀପ ବିଶୋଇ,ରଶ୍ମିତା ପଣ୍ଡା, ଲିତାଞ୍ଜଳୀ ପତି, ଲୀନା ବିଶ୍ବାଳ, ମୋନାଲିସା ସାହୁ, ମୋହନ ପଟ୍ଟନାୟକ, ରବର୍ଟ ହାଇଫିଲ, କଲ୍ୟାଣୀ ଦାସ, ଧନଲକ୍ଷ୍ମୀ ବେହେରା, ତରୁଲତା ସାମଲ, ସଲିତ ପତି, ଦିବାକର ଦାସ, ରାମଚନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ ।

 ୟୁଥ ହଷ୍ଟେଲ:-

ୟୁଥ ହଷ୍ଟେଲ ରାଉରକେଲା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୩ ସ୍ଥିତ ମାନବ ସେବା ସଦନ ଠାରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ଜାତୀୟ କାଉନସିଲ ସଭ୍ୟ ନିରଞ୍ଜନ ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଆଇଟି ର ସହ ରେଜିଷ୍ଟାର ସ୍ବାଗତିକା ସାହୁ ମୁଖ୍ୟଅତିଥି, ପ୍ରଫେସର ଡଃ କିଶୋରୀ ଦାଶ ମୁଖ୍ୟ ବକ୍ତା ଓ ଲତା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଏହି ଦିବସ ପାଳନର ଆବଶ୍ୟକତା ଓ ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସରୋଜ ପଟ୍ଟନାୟକ, ସଚ୍ଚିଦାନନ୍ଦ ଲେଙ୍କା, ସମରକାନ୍ତ ମଲ୍ଲିକ, ନିରଞ୍ଜନ ସାମଲ, ରବି ଦାସ, ପ୍ରଫେସର ଏସ ଜୟଥୁ, ସାଗରିକା ମଲ୍ଲିକ, ପି ସି ମିଶ୍ର, ପି ବି ସାଜି, ଲୁସି ଦାଶ,କଳ୍ପନା ଲେଙ୍କା, ମୀନାକ୍ଷୀ ପାଢୀ ସମେତ ବହୁ ସଦସ୍ୟା ତଥା ଏକତା ଗୃପର ସଭାପତି ବସୁମତି ମହାନ୍ତି ଙ୍କ ସହ ଅନ୍ୟ ସଦସ୍ୟା ମାନେ ଯୋଗଦେଇଥିଲେ।

 ସୁନ୍ଦରଗଡ ଜିଲ୍ଲା ମହିଳା ପତାଞ୍ଜଳି ଯୋଗ ସମିତି:-

ସେକ୍ଟର ୮ କମ୍ୟୁନିଟି ସେଣ୍ଟର୍ ଠାରେ ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ବାଇଁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହ ପ୍ରଭାରୀ ଅକୃର ମାର୍ଥା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ବେହେରା, ମୁଖପାତ୍ର ଗଙ୍ଗାଧର ଦାଶ, ରଞ୍ଜନ ସାମଲ, ସବିତା ମହାପାତ୍ର, ସୁରଭି ମଲ୍ଲିକ, ମହାମନ୍ତ୍ରୀ ଆରତୀ ସାହୁ, ନାରାୟଣୀ ନାୟକ, ସଂଧ୍ୟାରାଣୀ ସାହୁ, ରଞ୍ଜିତା ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ଯ ରଖିଥିଲେ । ଆରତୀ କରଙ୍କୁ ସୋସିଆଲ୍ ମିଡିଆ ପ୍ରଭାରୀ ଦାୟିତ୍ୱ ଅର୍ପଣ କରାଯାଇଥିଲା ବେଳେ ଏହି ଅବସରରେ ଯୋଗନୃତ୍ୟ, ସଂଗୀତ, ବିବିଧ ଯୋଗାସନ, ଝୋଟି, ଶଙ୍ଖ, ହୁଳହୁଳି, ଯୋଗ କୁଇଜ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ବହୁ ଯୋଗଶିକ୍ଷକ ଓ ଶିକ୍ଷାର୍ଥୀ ମାନେ ଉପସ୍ଥିତ ଥିଲେ ।

  ଉତ୍କଳ ସ୍ନେହୀ ମହିଳା ସମିତି:-

ଉତ୍କଳ ସ୍ନେହୀ ମହିଳା ସମିତି ତରଫରୁ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିଛି । ସଭାପତି ସବିତା ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟା ସୁପ୍ରିୟା ମହାନ୍ତି ଓ ଅଜୟ ଦାସ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନମିତା ଆଚାର୍ଯ୍ୟଙ୍କମଂଚ ସଂଯୋଜନାରେ ଗୀତା ସେନାପତି, ପ୍ରୀତିକୁମାରୀ ସାହୁ, ମଞ୍ଜୁଲତା ସାହୁ, କଳ୍ପନା ପଲେଇ, ତୁଳସୀ ମହାରଣା, ମଞ୍ଜୁବାଳା ମହାପାତ୍ର, ଅନିମା ବିଶ୍ବାଳ, ବିଜୟଲକ୍ଷ୍ମୀ ପଟ୍ଟନାୟକ ତଥା ଉପଦେଷ୍ଟା ଡାକ୍ତର ଗୋକୁଳାନନ୍ଦ ସାହୁ , ସ୍ନିଗ୍ଧା ସାମନ୍ତରାୟ ପ୍ରମୁଖ ବକ୍ତବ୍ଯ ରଖିଥିଲେ ।ସାବିତ୍ରୀ ଦାସ, ଇନ୍ଦିରା ମହାନ୍ତି, ଗୀତା ମିଶ୍ର, ନନ୍ଦିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ବହୁ ସଦସ୍ୟା ସଦସ୍ୟ ଓ ବୁଦ୍ଧିଜୀବୀ ଯୋଗଦେଇ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭବାନୀ ପାଟଣା ରେ ବିଶ୍ୱ ପରିବେଶ ଦିବସ ପାଳିତ

Students Take Oath for a Drug-Free Life at Ekalavya Model Residential School

Sunil Chandra Nayak

ସାଂସଦ ପାଣ୍ଠିରୁ ଖଡ୍ଗ ଭବନକୁ ସହାୟତା ଘୋଷଣା 

Sunil Chandra Nayak

Leave a Comment

error: Content is protected !!