ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ

ଡାବୁଗାଁ ,୧୦/୩ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ୫ଟି ମାଟ୍ରିକ ପରୀକ୍ଷା କେନ୍ଦ୍ର ରେ ଆଜି ଶୁକ୍ରବାର ପରୀକ୍ଷା ଆରମ୍ଭ ହୋଇଛି | ଏହି ୫ ଟି କେନ୍ଦ୍ର ରେ ପ୍ରଥମ ଦିନରେ ମୋଟ ୧୦୪୩ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୮୬ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ରହିଥିଲେ | ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ମୋଟ ୨୬୮ ଜଣ ପିଲା ପଞ୍ଜୀକୃତ କରିଥିବା ବେଳେ ଏଥିରୁ ୨୫୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୮ ଜଣ ପିଲା ଅନୁପସ୍ଥିତ ରହିଛନ୍ତି | ଏଥିରେ ସୁପରିଟେଣ୍ଡେଣ୍ଟ ଭାବେପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ, ଡେପୁଟି ସୁପରିଟେଣ୍ଡେଣ୍ଟ ବିଦେଶୀ ମହାଙ୍କୁଡ ଓ ସାନୋଜ କୁମାର ମହାପାତ୍ର ଏବଂ ୧୫ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ଡାବୁଗାଁ ସରକାରୀ (ଏସ୍ଏସ୍ ଡି) ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୨୭୩ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୨୫୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୪ ଜଣ ଅନୁପସ୍ଥିତ ଅଛନ୍ତି | ସୁପରିଟେଣ୍ଡେଣ୍ଟ ଭାବେ ଆରତୀ ବିଶୋୟୀ, ଡେପୁଟି ସୁପରିଟେଣ୍ଡେଣ୍ଟ ମହେଶ୍ଵର ନାଥ ଓ ସୁପ୍ରିୟା ମହାଙ୍କୁଡ ଏବଂ ୨୦ ଜଣ ଇନିଭିଜିଲେଟର ରହିଛନ୍ତି | ବୋରିଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୨୦ ପିଲାଙ୍କ ମଧ୍ୟରୁ ୧୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୨୨ ଜଣ ଅନୁପସ୍ଥିତ ଅଛନ୍ତି | ଏଠାରେ ସୁପରିଟେଣ୍ଡେଣ୍ଟ କେଶବ ଗୌଡ, ଡେପୁଟି ସୁପରିଟେଣ୍ଡେଣ୍ଟ ମଥୁରାନନ୍ଦ ରାଉତ ଓ ୧୫ ଇନିଭିଜିଲେଟର ରହିଛନ୍ତି | ବଡଓଲମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୨୨୫ ପିଲା ଙ୍କ ମଧ୍ୟରୁ ୨୩୬ ଜଣ ପରୀକ୍ଷା ଦେଇଥିବା ବେଳେ ୧୧ ଜଣ ଅନୁପସ୍ଥିତ ଥିଲେ | ସୁପରିଟେଣ୍ଡେଣ୍ଟ ରଞ୍ଜନ କୁମାର ବେହେରା, ଡେପୁଟି ସୁପରିଟେଣ୍ଡେଣ୍ଟ ଅସିତ ପଣ୍ଡା ଓ ୧୫ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୩୨ ପିଲା ଙ୍କ ମଧ୍ୟରୁ ୧୧୧ ଜଣ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ଅନୁପସ୍ଥିତ ଥିଲେ | ସୁପରିଟେଣ୍ଡେଣ୍ଟ ଡମ୍ବରୁଧର ଦାଶ, ଡେପୁଟି ସୁପରିଟେଣ୍ଡେଣ୍ଟ କୃଷ୍ଣଚନ୍ଦ୍ର ପାତ୍ର ଓ ୯ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ପୋଷଣ ମାହ ସପ୍ତାହ ପାଳନ 

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ

Sunil Chandra Nayak

ପୋଚିଲିମା ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି

Leave a Comment

error: Content is protected !!