ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କାମାକ୍ଷାନଗର ମାଟିର ଝିଅ ବନ୍ଦନା ଙ୍କୁ ଜାଭଲିନ୍ ରେ ଜାତୀୟ ସ୍ତରରେ ମିଳିଲା ତୃତୀୟ ସ୍ଥାନ _ବ୍ରୋଞ୍ଚ ପଦକରେ ସମ୍ମାନିତ

କାମାକ୍ଷାନଗର (ମ ନି ସ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟର + 3 ଛାତ୍ରୀ ବନ୍ଦନା ପ୍ରିୟ ଦର୍ଶନୀ ବିଶ୍ଵାଳ ଜିଲ୍ଲା ଓ ରାଜ୍ୟସ୍ତର ଜାଭଲିନ୍ ଥ୍ରୋ ଓ ଡିସ୍ କସ୍ ଥ୍ରୋ ରେ ସଫଳତା ଆଜ୍ଜର୍ନ କରି ଏବେ ୨୦୨୩ମସିହା ମାର୍ଚ୍ଚ ୨ତାରିଖ ଦିନ ଦିଲ୍ଲୀ ଷ୍ଟ୍ରେଟ୍ ୟୁଥ ଆଣ୍ଡ ଓପନ ଚାମ୍ପିଆନ୍‌ ସିପ୍ ରେ ଦିଲ୍ଲୀସ୍ଥିତ ଜବାହାର ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଜାଭଲିନ୍‌ ଥ୍ରୋରେ ଓ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ମାର୍ଚ୍ଚ ୧୦ ତାରିଖ ଦିନ ଓ ପନିଙ୍ଗ୍ ଉତ୍ସବ, ଖେଲୋ ଇଣ୍ଡିଆ ପକ୍ଷରୁ ହୋଇଥିବା ଜାଭ୍ ଲିନ୍‌ ଥ୍ରୋ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି ଏହି ଦୁଇ ଅନୁଷ୍ଠାନ ପକ୍ଷରୁ ବ୍ରୋଞ୍ଚ ପଦକ ସହ ମାନପତ୍ର ପ୍ରଦାନ କରାଯାଇଛି। ସେ ଏ ସଂପର୍କ ରେ ଦିଲ୍ଲୀରୁ ଆମ୍ଭ କୁ ସୂଚନା ଦେଇଛନ୍ତି। ଏବେ ସେ ଦିଲ୍ଲୀସ୍ଥିତ ୟମୁନା ସ୍ପୋଟସ୍ କମ୍ପଲେକ୍ସ ସେଣ୍ଟରରେ କୋଚିଙ୍ଗ୍ ନେଉଥିବା ସୂଚନା ଦେଇଛନ୍ତି। କାମାକ୍ଷାନଗର ତଥା ଢେଙ୍କାନାଳା ଜିଲ୍ଲାର ଗୌରବ ଆଣିବାର ସଫଳତା ଅର୍ଜ୍ଜନ କରିଥିବାରୁ ତାଙ୍କର ପରିବାର ତଥା କାମାକ୍ଷାନଗର ମହିଳା ମହା ବିଦ୍ୟାଳୟର ଛାତ୍ରୀ ଓ କାମାକ୍ଷାନଗର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି l ଉକ୍ତ ଛାତ୍ରୀ କାମାକ୍ଷାନଗର ବ୍ଲକ୍ ର ମାଳପୁରା ଗ୍ରାମର ବୈରାଗୀ ବିଶ୍ଵାଳଙ୍କ କନ୍ୟା ଅଟନ୍ତି ।

ପ୍ରହ୍ଲାଡ ମୁଦୁଲି ଙ୍କ ରିପୋର୍ଟ୍

Related posts

ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସବକୁ ଉଦଘାଟନ କଲେ ବିଧାୟକ 

Sunil Chandra Nayak

India Emerges Victorious in Bilateral ODI Deaf Cricket Series against Sri Lanka.

masiha

ଅବ୍ଯବସ୍ଥା ମଧ୍ୟରେ ଉଦଯାପିତ ହେଲା ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତ

masiha

Leave a Comment

error: Content is protected !!