ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାରସଗୁଡାଠାରେ ଷୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

 ଟେମରୀ (ମ ନି ସ):- ୧୪/୦୩:ଅଜାମ୍ବିଲ ମହାପାପୀ ନାରାୟଣ ଭଗବାନଙ୍କ ନାମ ଧରି ତରିଯାଇଥିବା ବେଳେ ପାଶାଣୀ ଅହଲ୍ୟା ଶ୍ରୀରାମ ପାଦସ୍ପର୍ଶରେ ଅଭିଶାପ ମୁକ୍ତ ହୋଇଥିଲେ । ସେହିପରି ଦସ୍ୟୁ ରତ୍ନାକର ରାମ ନାମ ଉଚ୍ଚାରଣ କରି ବାଲ୍ମିକୀ ହୋଇ ରାମାୟଣ ରଚନା କରି ଭାରତ ବର୍ଷରେ ଚିର ଦିନ ପାଇଁ ସ୍ମରଣୀୟ ହୋଇ ରହିଗଲେ।ଏହି ହରେ କୃଷ୍ଣ….ହରେ ରାମ… ନାମ ଉଚ୍ଚାରଣ କରି ଶ୍ରୀ ଚୈତନ୍ୟ ନିଜ ଧର୍ମ ପ୍ରଚାର ଓ ପ୍ରସାର କରି ଥିଲେ ଓ ପଞ୍ଚସଖା ଯୁଗର କବିମାନେ ଈଶ୍ଵର ରାମ ଓ କୃଷ୍ଣ ଙ୍କ ଓଡ଼ିଆ ରାମାୟଣ ମହାଭାରତ, ପବିତ୍ର ଗ୍ରନ୍ଥ ଶ୍ରୀମଦ ଭାଗବତ ରଚନା କରି ଭଗବାନ ରାମ କୃଷ୍ଣ ଙ୍କ ମହିମା ପ୍ରଚାର କରି ଓଡିଶାର ପୁରପଲ୍ଲୀରେ ଅମରତ୍ଵ ଲାଭ କଲେ । ଏହି ହରେ କୃଷ୍ଣ.. ହରେ ରାମ.. ମହା ମନ୍ତ୍ର ନାମ ଉଚ୍ଚାରଣ କଲେ ପାପ କ୍ଷୟ ହୋଇ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ଓଡିଶାର ପୁରପଲ୍ଲୀରେ ସ୍ଥାନ ସ୍ଥାନରେ ଗ୍ରାମ, ସହରମାନଙ୍କରେ ନାମଯଜ୍ଞ ଆୟୋଜିତ କରାଯାଇଥାଏ । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ପଞ୍ଚାୟତ ର ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ ହୋଇ ଯାଇଛି । ଗତ ୧୧/୦୩/୨୦୨୩ ଶନିବାର ଦିନ ଅପରାହ୍ନରେ କଳସ ଯାତ୍ରା କରାଯାଇ ଅଧିବାସ ଗ୍ରହଣ କରାଯାଉଛି। ୧୨ ତାରିଖ ରବିବାର ଦିନ ସକାଳ ଘଣ୍ଟା ୬.୨୦ ମି ରେ ନାମଯଜ୍ଞ ଆରମ୍ଭ ହୋଇ ୧୪ ତାରିଖ ମଙ୍ଗଳବାର ଦିନ ନଗର କୀର୍ତ୍ତନ କରାଯାଇ ଦାଧିହାଣ୍ଡି ଭଗ୍ନ କରାଯାଇ ସମାପନ କରଯାଇଛି । ଏଥିରେ କର୍ତ୍ତା ଭାବରେ ଶ୍ରୀକୃଷ୍ଣ ଅଘ୍ରିଆ, ତାଙ୍କ ଧର୍ମପତ୍ନୀ ସୁବାସିନି ଅଘ୍ରିଆ, ଜପକ ଭାବରେ ଧୁବଳେ ଖମାରୀ, ପୂଜକ ଭାବରେ ରାଜୁ ଠାକୁର ପୂଜାବିଧି କାର୍ଯ୍ୟ ତୁଲାଇଥିଲେ ।ଏଥିରେ ରାଜାରାମ ଅଘ୍ରିଆ, ଚୂଡ଼ାମଣି ଅଘ୍ରୀଆ, ବୋଲୋରମ ଅଘ୍ରିଆ, ହୃଦାନନ୍ଦ ଅଘ୍ରିଆ, ଅମିତ କୁମାର ଅଘ୍ରୀଆ, ଦିବାକର ଅଘ୍ରିଆ, କୋଲା ମାଝୀ ,ଜିଡୋ ମାଝୀ, ବିଷ୍ଣୁ ପ୍ରସାଦ ମାଝୀ, ତ୍ରିଲୋଚନ ଅଘ୍ରିଆ, ହରିଶଙ୍କର ଅଘ୍ରୀଆ, ନାକୁ ଅଘ୍ରିଆ, ତଥା ଅନ୍ୟାନ୍ୟ ଗ୍ରାମବାସୀ ବୃନ୍ଦଙ୍କସହଯୋଗରେ ସଫଳ ହୋଇଛି । ଏଥିରେ ଦୂର ଦୁରାନ୍ତର କୋଣ ଅନୁକୋଣର ୭ ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ହରେ କୃଷ୍ଣ… ହରେ ରାମ… ମହାମନ୍ତ୍ର ନାମ ଗାନ କରାଯାଇଛି।

ଜଗଜ୍ୱିବନ ସା ଙ୍କ ରିପୋର୍ଟ 

Related posts

ସେକ୍ଟର ୭ ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ

Sunil Chandra Nayak

ନର୍ଲା ଶିବ ମନ୍ଦିରର ଶିଳାଲେଖର ପାଠୋଦ୍ଧାର, କଳାହାଣ୍ଡି ଇତିହାସକୁ ନୂତନ ଆଲୋକ ପ୍ରଦାନ

Sunil Chandra Nayak

କୁଟ୍ରାବାହାଲି ଗ୍ରାମରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!