ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାରାଜା ଶ୍ରୀରାମଚନ୍ଦ୍ର ଜ୍ଯୋତିରଥକୁ ରାଇରଙ୍ଗପୁରରେ ଭବ୍ୟ ସମ୍ବର୍ଦ୍ଧନା

ମୟୂରଭଞ୍ଜ – (ମସିହା) ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ,ଭାଷା, ସାହିତ୍ୟ,ପରଂପରା ପର୍ଯ୍ୟଟନ ସାରା ବିଶ୍ଵରେ ଅନନ୍ୟ ।ଏହାର ସ୍ବତନ୍ତ୍ର ପରିଚୟ ଅଛି । କିନ୍ତୁ ସପ୍ରତିକ ପରିସ୍ଥିତିରେ ଦିନକୁ ଦିନ ଏହାର ପ୍ରଚାର,ପ୍ରସାର,ସରକାର ଅଣଦେଖା,ସଚେତନ ନାଗରିକ ଚୁପଚାପ୍ ବସିବା ଯୋଗୁଁ ଏହା ଧିରେ ଧିରେ ଅବକ୍ଷୟ ହେଉଛି । ତେଣୁ ଏହାର ପ୍ରଚାର ଓ ପ୍ରସାର ସହିତ ବ୍ୟାପକ ଜନ ଜାଗରଣ ସୃଷ୍ଟି କରି ସମସ୍ତଙ୍କ ସହ ଏକତା ସୂତ୍ରରେ ସଂପର୍କ ରଖିବା ପାଇଁ ବଳାଙ୍ଗୀ ଯାତ୍ରା ଜାଗରଣ ମଂଚ ଏବଂ ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ଜ୍ଯୋତିକୁ ରାଇରଙ୍ଗପୁରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଇରଙ୍ଗପୁରରେ ଶଙ୍ଖ ଓ ଜୟ ଧ୍ବନିରେ ସ୍ବାଗତ କରାଯାଇଥିଲା ।ଜ୍ୟୋତି ରଥର ପୁରୋଧା ଶରତ ଚନ୍ଦ୍ର ନାୟକ,ସଂପାଦକ ଦୀପକ କୁମାର ନାୟକ,, ନରେନ୍ଦ୍ର ନାଥ ସେନାପତି,ଉଦୟ ନାଥ ଜେନା,କୁମାରେଶ ନାୟକ,ଇନ୍ଦୁମତି ପ୍ରମୁଖ ଉପସ୍ଥିତ ରହି ଜ୍ୟୋତିର୍ମୟ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ରାଇରଙ୍ଗପୁରରେ ବରିଷ୍ଠ ନାଗରିକ ସଭାପତି ଶ୍ରୀ ରସାନନ୍ଦ ଲେଙ୍କା, ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ଅଧ୍ୟକ୍ଷ ମନୋଜ ଦାସ,ସମାଜର ପ୍ରତିନିଧି ସୌରଭ ପଟ୍ଟନାୟକ, କଥାଶିଳ୍ପୀ ଲଳିତ ମହାନ୍ତ,ପ୍ରମେୟ ସାମ୍ବାଦିକ ଶୁଭେନ୍ଦୁ ମହାନ୍ତି,,ପ୍ରାକ୍ତନ ରୋଟାରୀ କ୍ଳବ୍ ସଭାପତି ଅରବିନ୍ଦ ଵାଗାଡିଆ,ମହିଳା କଲେଜ ଅଧ୍ୟାପକ ବିଜୟ ରାମ, ସାମ୍ବାଦିକ ଅକ୍ଷୟ ବିଶ୍ଵାଳ ପ୍ରମୁଖ ସାମିଲ ହୋଇ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ଯୋତିରଥକୁ ସ୍ବାଗତ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସେପ୍ଟେମ୍ବର ୬ କଳା ଦିବସ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବାଇକ ଦୁର୍ଘଟଣାଗ୍ରସ୍ତ 2 ଗୁରୁତର 

Sunil Chandra Nayak

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

Sunil Chandra Nayak

Leave a Comment

error: Content is protected !!