ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ମରୁଭୂମି ହେଲେ ସେଥିରେ ଜଳସିଞ୍ଚନ କରେ ସାହିତ୍ୟ …

ରାଉରକେଲା/ ଜୀବନ ମରୁଭୂମି ହେଲେ ସେଥିରେ ସାହିତ୍ୟ ଜଳସିଞ୍ଚନ କରି ଜୀବନକୁ ପ୍ରାଣବନ୍ତ ତଥା ମଧୁସିକ୍ତ କରାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ମତବ୍ଯକ୍ତ କରିଛନ୍ତି । ସ୍ବସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସରର ଆଲୋଚନାଚକ୍ର ‘ସର୍ଜନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସମ୍ଭାବନା’ ସଂପର୍କରେ ଆଲୋଚନା କରି ମୁଖ୍ୟବକ୍ତା ଶ୍ରୀ ସାହୁ ଉପରୋକ୍ତ ମନ୍ତବ୍ଯ ଦେଇଥିଲେ । ଏହାସହ ସେ କହିଲେ ଯେ ସତ୍ୟ ଓ ସୌନ୍ଦର୍ଯ୍ୟର ଉପାଦାନ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରେ। ସଂପ୍ରତି ସାହିତ୍ୟ ସତ୍ୟର ନିକଟବର୍ତ୍ତୀ ହୋଇପାରୁନାହିଁ । ଯେଉଁ ସାହିତ୍ୟରେ ଅନୁଭୂତିର ତୀବ୍ରତା ନାହିଁ, ସେ ସାହିତ୍ୟ ହୃଦୟଗ୍ରାହୀ ହୋଇପାରିବ ନାହିଁ ବୋଲି ଶ୍ରୀସାହୁ ମତପ୍ରକାଶ କରିଥିଲେ । ସଂସଦର ଉପସଭାପତି ରାଜକୁମାର ମହାନ୍ତିଙ୍କ ଆବାହକତ୍ବ ତଥା ସଂଯୋଜନା ଓ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାଳ୍ପିକ ସଂଜୀବ କୁମାର ଭୋଇ ଗଳ୍ପ ପାଠ କରିଥିଲେ । ଯୁଗ୍ମ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ,ବିଜୟଲକ୍ଷ୍ମୀ ପଟ୍ଟନାୟକ,ଗୌତମ ଦାସ, ନିରୁପମା ପତି, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ସାହୁ ପ୍ରମୁଖ କବିତା ପାଠ କରିଥିବା ବେଳେ ସମୀକ୍ଷକ ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗଦେଇ ଗଳ୍ପ ଓ କବିତା ଗୁଡିକର ମାର୍ମିକ ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ,ପ୍ରତାପ କୁମାର ରାୟ,ଭଜ ସାହୁ, କିଶୋରୀ ମୋହନ କର,ଅଜୟ ମହାନ୍ତି,ଜଗନ୍ନାଥ ରାଉତ, ଶମ୍ବୁନାଥ ପରିଡା,ହରିହର ଶତପଥୀ,ମାନସୀ ମହାପାତ୍ର, ସସ୍ମିତା ପ୍ରଧାନ, ଶର୍ମିଷ୍ଠା କବିଶତପଥୀ ଓ ରାଜୀବ ପାଣି, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ପାଠାଗାରର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡ୍ରେନ୍ ନାହିଁ, ରାସ୍ତା ଉଚ୍ଚା, ରାଇଘର କୋଦୂଭାଟା ସାହିରେ, କାଳ ବୈଶାଖୀ,ବର୍ଷରେ ଜଳବନ୍ଦୀ ଅବସ୍ତା, ବଢୁଛି ଜନ ଅସନ୍ତୋଷ

ଝାମୁଯାତ୍ରା ପାଇଁ ଭୂମି ପୂଜା ଓ ମାଁ ଅଷ୍ଟଚଣ୍ତିଙ୍କ ନଗର ପରିକ୍ରମା 

masiha

ସନ୍ଧିକୁଲିହାରୀ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!