ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଆଭାସି ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଓଡ଼ିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଜିଲ୍ଳାର ୩୪ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମର ସଂଯୋଜକମାନେ ଅନ୍ ଲାଇନ୍ ଗୁଗୁଲ୍ ମିଟ୍ ମାଧ୍ୟମରେ ଆୟୋଜିତ ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟକ୍ଷ ତଥା ଜିଲ୍ଲା ନୋଡାଲ ଅଧିକାରୀ ପ୍ରାଧ୍ୟାପକ ଜୟନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ କବି ପ୍ରସାଦ ପଟ୍ଟନାୟକ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ଉଦ୍ଧିଷ୍ଟ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଳାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ କୋଭିଡ ନିୟମ ଅନୁସାରେ କିପରି ପରିଚାଳନା କରାଯିବ, ତା’ର ରୂପରେଖ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଏହି ଆଭାସୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଜିଲ୍ଳାର ୩୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଏହି ତାଲିମ୍ କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ମାସ ୪ ରୁ ୨୪ ତାରିଖ ମଧ୍ୟରେ ସମ୍ପାଦନ କରିବାକୁ ଆଲୋଚନା କରାଯାଇ ଥିଲା।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ୟୁପିଏସସି ପ୍ରସ୍ତୁତ କରୁଥିବା ପିଲାଙ୍କ ପାଇଁ ଖୁସିର ଖବର…. ରାଜ୍ୟର ପ୍ରଥମ ଭାବେ କଳାହାଣ୍ଡି ଜିଲ୍ଲାରେ ଶୁଭାରମ୍ଭ ହେଲା ମିଶନ ଆକାଂକ୍ଷା

Sunil Chandra Nayak

ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ଦଶମ ବୈଠକ ଅନୁଷ୍ଠିତ

masiha

ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!