ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି କ୍ଷେତ୍ରରେ ପାରଦର୍ଶିତା ଦେଖାଇଲା ଯୁବଶକ୍ତି

ବାଲେଶ୍ଵର,୩୧/୧୨/୨୨- ବାସ୍ତବରେ ଯୁବପିଢ଼ିଙ୍କ ଉଦ୍ୟମ ପ୍ରଶଂସନୀୟ । ମନରେ ଆଗ୍ରହ ଥିଲେ ସବୁକିଛି ସମ୍ଭବ ହୋଇ ପାରିଥାଏ ବୋଲି ଯୁବପିଢ଼ି ପ୍ରମାଣ କରି ଦେଖାଇ ଦେଇଛନ୍ତି । ସୂଚନା ଯୋଗ୍ଯ କି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡରାଇ ପଞ୍ଚାୟତର ସେରପୁର ଗ୍ରାମର କିଛି ଯୁବପିଢ଼ି ନିଜସ୍ଵ ଉଦ୍ୟମରେ ଏକ ସୁନ୍ଦର ଭବ୍ୟ ମହାବୀର ହନୁମାନ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ ଏବଂ ସବୁଜବନାନୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗ୍ରାମର ଯୁବକମାନେ ଏକ ଗ୍ରାମୀଣ ଉଦ୍ୟାନ ତିଆରି କରିବାର ପ୍ରସ୍ତାବ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ନିକଟରେ ପହଞ୍ଚିଥିଲେ । ଗ୍ରାମାଞ୍ଚଳର ଯୁବକ ମାନେ ଏପରି ଏକ ସୁନ୍ଦର ପ୍ରୟାସ କରିଥିବାରୁ ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ ଯାଇଥିଲେ । ପ୍ରତିମୂର୍ତ୍ତି ଦେଖି ବିଧାୟକ ଖୁସି ହୋଇ ଯାଇଥିଲେ । ଯୁବପିଢ଼ିଙ୍କ ସମେତ ଗ୍ରାମର ଅନ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ସରକାରୀ ଅନୁଦାନ ଯୋଗାଇ ଦେବା ସହିତ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ବିଧାୟକ । ଯୁବଶକ୍ତି ପ୍ରଗତି କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଥିବାରୁ ବହୁତ ପ୍ରଶଂସା କରିଥିଲେ ଏବଂ ପ୍ରଗତି ସାଙ୍ଗରେ ମୁଁ ସଦାସର୍ବଦା ରହିଛି ବୋଲି ବିଧାୟକ କହିବା ପରେ ଖୁସିରେ ମ୍ରିୟମାଣ ହୋଇ ଯାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭତରା ସମାଜ ପକ୍ଷରୁ ଭୈରବ ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ଲାଞ୍ଜିଗଡ଼ ବିଧାୟକ

masiha

ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଆଭାସୀ ମାଧ୍ୟମରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୪ ପାଳିତ

masiha

Leave a Comment

error: Content is protected !!