ବାଲେଶ୍ଵର,୩୧/୧୨/୨୨- ବାସ୍ତବରେ ଯୁବପିଢ଼ିଙ୍କ ଉଦ୍ୟମ ପ୍ରଶଂସନୀୟ । ମନରେ ଆଗ୍ରହ ଥିଲେ ସବୁକିଛି ସମ୍ଭବ ହୋଇ ପାରିଥାଏ ବୋଲି ଯୁବପିଢ଼ି ପ୍ରମାଣ କରି ଦେଖାଇ ଦେଇଛନ୍ତି । ସୂଚନା ଯୋଗ୍ଯ କି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡରାଇ ପଞ୍ଚାୟତର ସେରପୁର ଗ୍ରାମର କିଛି ଯୁବପିଢ଼ି ନିଜସ୍ଵ ଉଦ୍ୟମରେ ଏକ ସୁନ୍ଦର ଭବ୍ୟ ମହାବୀର ହନୁମାନ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ ଏବଂ ସବୁଜବନାନୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗ୍ରାମର ଯୁବକମାନେ ଏକ ଗ୍ରାମୀଣ ଉଦ୍ୟାନ ତିଆରି କରିବାର ପ୍ରସ୍ତାବ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ନିକଟରେ ପହଞ୍ଚିଥିଲେ । ଗ୍ରାମାଞ୍ଚଳର ଯୁବକ ମାନେ ଏପରି ଏକ ସୁନ୍ଦର ପ୍ରୟାସ କରିଥିବାରୁ ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ ଯାଇଥିଲେ । ପ୍ରତିମୂର୍ତ୍ତି ଦେଖି ବିଧାୟକ ଖୁସି ହୋଇ ଯାଇଥିଲେ । ଯୁବପିଢ଼ିଙ୍କ ସମେତ ଗ୍ରାମର ଅନ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ସରକାରୀ ଅନୁଦାନ ଯୋଗାଇ ଦେବା ସହିତ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ବିଧାୟକ । ଯୁବଶକ୍ତି ପ୍ରଗତି କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଥିବାରୁ ବହୁତ ପ୍ରଶଂସା କରିଥିଲେ ଏବଂ ପ୍ରଗତି ସାଙ୍ଗରେ ମୁଁ ସଦାସର୍ବଦା ରହିଛି ବୋଲି ବିଧାୟକ କହିବା ପରେ ଖୁସିରେ ମ୍ରିୟମାଣ ହୋଇ ଯାଇଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ